Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Pradhan

Romance

3  

Sagar Pradhan

Romance

ତୁମେ

ତୁମେ

1 min
6.9K


*ତୁମେ*


ତୁମେ କେବଳ ତୁମେ ନୁହଁ

ତୁମ ଭିତରେ ଦେଖେ ମୁଁ ନିଜକୁ

ତୁମ ଆଖିର ଗଭୀରତାରେ ବୁଡି

ହଜିବାକୁ ଚେଷ୍ଟା କରେ

ଅନ୍ୟ ଏକ ଇଲାକାରେ...



ଭ୍ରାମିତ ଭ୍ରମର ପରି ଉଡିବୁଲେ

ତୁମ ଅଙ୍ଗ ଚାରିପାଖେ

ପ୍ରେମ ମଧୁ ପାନ ର ଇଚ୍ଛା ରଖି

ମତୁଆଲା ହେବା ପାଇଁ

ତୁମ ଓଠ ର ମଧୂପକୁ ପିଇ .....



ପ୍ରସାରିତ କରେ ମୋର ବାହୁ ଦ୍ବୟ

ତୁମ ଅଙ୍ଗ ଆଲିଙ୍ଗନ ପାଇଁ

ଲାଗି କରି ରହିବାକୁ ଚେଷ୍ଟା କରେ

ତୁମ ଦେହେ ରଙ୍ଗ ହୋଇ

ଶିଳା ରେ ଶିଉଳି ପରି .....


ଵୁକୁରେ ଭରା ଦେଇ ପଡ଼ିବାକୁ ଚାହେଁ

ତୁମ ହୃଦୟ ର ଭାଷା

ଅବୁଝା ହୋଇ ବୁଝିବାକୁ ଚାହେଁ

ତୁମ ହୃଦୟରେ ଥିବା

ମୋ ପ୍ରତି ତୁମ ପ୍ରେମ ପରିଭାଷା....



ଜୀବନର ଅଙ୍କାବଙ୍କା ରାସ୍ତା ଯେତେ

ଚାଲିବାକୁ ଚେଷ୍ଟା କରେ

ତୁମ ପଦଚିହ୍ନ ରେ ପାଦ ଦେଇ

ମୋ ଜୀବନର ପଥ ସବୁ

ଶେଷ ନିଃଶ୍ୱାସ ଯାଏ ....



*ସାଗର ପ୍ରଧାନ ,ଗଂଜାମ*


Rate this content
Log in

Similar oriya poem from Romance