Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Fantasy

3  

Ranjita Das

Fantasy

ଅମାନିଆ ଏ ମନ ଓ ଭାବନା

ଅମାନିଆ ଏ ମନ ଓ ଭାବନା

1 min
241


କେବେ ଡାଏରୀରେ,

କେବେ ଖାତାର ଶେଷ ପୃଷ୍ଠାରେ,

କେବେ କାନ୍ଥର ଶରୀରରେ,

କେବେ ମନର ଗହୀର ବନରେ,

ଲେଖିଚାଲେ ଏ ମନ କଥା,

କହିଚାଲେ ଏ ମନର ବ୍ୟଥା,

କିଛି ନୂଆ ପୁଣି କିଛି ପୁରୁଣା, 

କିଛି ଅତୀତର କିଛି ପୁଣି ସାଇତା ସ୍ମୃତିରୁ,

ମୁଁ ଗାରେଇ ଚାଲେ ଦୁଆତର କାଳିରେ

କିଛି ଅନାବନା ଆଉ କିଛି ଅସୁମାରୀ ଭାବନା |

ଜାଣେନା ଜାଣିପାରେନା, 

କେମିତି ଆଖିରେ ଆଖିଏ ସପନ ଦେଇ 

ଚାଲିଯାଏ ସେ ଅନାବନା ଭାବନା?



Rate this content
Log in

Similar oriya poem from Fantasy