ଜୀବନ ଗୀତା- ୧୨୦
ଜୀବନ ଗୀତା- ୧୨୦
1 min
6.5K
ଜୀବନ ଗୀତା- ୧୨୦
ସେ ଜୀବନର ପୂଣ୍ୟଶ୍ଳୋକ
ଏ ମାଟିର ମହାନାୟକ
ସିଏ ଆଉ କେହି ନୁହଁନ୍ତି
ଆମ ବିଜୁ ପଟ୍ଟନାୟକ ॥୦॥
କ୍ରାନ୍ତିକାରୀ ମାର୍ଗଦର୍ଶୀ
ଓଡିଶା ମାଟିର ସେ ବୀର
ଶୌର୍ଯ୍ୟ ବୀର୍ଯ୍ୟର ପ୍ରତୀକ
ପ୍ରବାଦ ପୁରୁଷ ଦେଶର
ଅସାଧାରଣ ଜୀବନର
ସିଏ ଏକା ପରିଚାୟକ ॥୧॥
ଓଡିଆଙ୍କ ସେ ଗୌରବ
ନିଜେ ନିଜ ଉଦାହରଣ
କିମ୍ବଦନ୍ତୀ ପୁରୁଷ ସେ
ଦୁଃସାହସର ଅନ୍ୟନାମ
ଓଡିଶାବାସୀ ମାନଙ୍କର
ଅଟନ୍ତି ପଥପ୍ରଦର୍ଶକ ॥୨॥