Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଭୋଳା ବାବା

ଭୋଳା ବାବା

1 min
7.0K


ଭୋଳା ବାବା ବୋଲି  କହୁଥାନ୍ତି ତୋତେ

ସତରେ ତୁ ବାବା ଭୋଳା

ହେଲେ କେଉଁ ନିଶା    ଭୋଳା କଲା ତୋତେ

କେ ଅଛି ବୁଝିବାବାଲା???


ସବୁ ଦେବ ଦେବୀ   ଭଲ ନେଲେ ବାଛି

ବଳକା ଯାହା ରହିଲା

ହସି ହସି ତାକୁ       ଗ୍ରହଣ କରିଲୁ

ସତରେ ତୁ କେତେ ଭୋଳା


ନାଳ କି ନର୍ଦ୍ଦମା     ପାହାଡ ପର୍ବତ

ତୋ ଲିଙ୍ଗ ପ୍ରକଟ ହେଲା

କିଏ ବା ବୁଝିବ   ତୋର ଭୋଳା ରୂପ

କୁକୁର ବି ମୁତି ଦେଲା


ଜଗତ କଲ୍ୟାଣ     ନିଶା ଘାରିଅଛି

ସେ ନିଶା କରିଛି ଭୋଳା

ସେଥିପାଇଁ ବୋଧେ   ଜାଣି ପାରୁ ନାହୁଁ

ଯିଏ ଯାହା ତୋର କଲା


ତୋର ଲକ୍ଷ୍ୟ ଏକା    ଜଗତ ବଞ୍ଚିବା

ନିଜ ସ୍ୱାର୍ଥ ଗଲେ ଗଲା

ମୋତେ ସେ ଆଶିଷ    ଦିଅ ଭୋଳା ନାଥ

ତୋ ପ୍ରେମରେ ହୁଏ ଭୋଳା



ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


Rate this content
Log in