Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ଧନୀ ବାପା ଓ ଗରିବ ବାପାଙ୍କ ମଧ୍ୟର

ଧନୀ ବାପା ଓ ଗରିବ ବାପାଙ୍କ ମଧ୍ୟର

1 min
332



ଧନୀ ବାପା ଓ ଗରିବ ବାପା ମଧ୍ୟେ

କଥୋପ କଥନ ଚାଲିଛି,

ଧନୀ ଛାତିକୁ ଫୁଲେଇ କହୁଛି

ମୋର ଗୋଟେ ପୁଅ ଆମେରିକାରେ ରହୁଛି

ଆଉ ଗୋଟେ ପୁଅ ଜାପାନରେ ଯାଇରହୁଛି

ପୁଳା ପୁଳା ଟଙ୍କା ପାଉଛି,,

ଆମକୁ ପୁଳା ପୁଳା ଟଙ୍କା ଦେଉଛି

ଆମପାଇଁ କୋଠା କରିଛି

ଆମେ ବୁଢା ବୁଢ଼ୀ ଟଙ୍କା ଖର୍ଚ୍ଚ କରି

ଖୁସିରେ ଦିନ କଟୁଛି,,,,

ଗରିବ ବାପା ଟି ମୁରୁକି ମୁରୁକି ହସୁଛି

ହସି ମନକଥା କହୁଛି,

ମୋରଗୋଟେ ପୁଅ ପାନ ଦୋକାନ ଟେ କରିଛି

ଆଉଗୋଟେ ପୁଅ ଅଟୋ ଡ୍ରାଇଭର ହେଇଛି

ମୁଁ ତାଙ୍କରି ପାଖରେ ରହୁଛି

ମୋ ବୁଢ଼ୀ ମଧ୍ୟ ପୁଅପାଖରେ ରହୁଛି

ନାତି ନାତୁଣୀ ସଙ୍ଗରେ ଖେଳୁଛି

ମିଳିମିଶି ବସି ଖାଉଛି

ଦୁଃଖେ ସୁଖେ ଦିନ କଟୁଛି

ମୁଁ ମରିଗଲେ ପୁଅ କାନ୍ଧେ ଯିବି

ନିଶ୍ଚିତ କଥା ଟେ କହୁଛି,,

ଯାହା ତୁମ ପାଇଁ ପ୍ରଶ୍ନ ହେଇଛି,,,

ବାପା ମାଆଙ୍କ ର ବେସି ଇଚ୍ଛା ଥାଏ

ପୁଅ ବୋହୂ ପାଖେ ରହିବାକୁ

ନାତି ନାତୁଣୀ କୁ ସଙ୍ଗରେ ନେଇ

ଖୁସିରେ ଦିନ କାଟି ବାକୁ,

ମଲାପରେ ଯଦି ପୁଅ କାନ୍ଧେ ଗଲା

ଜୀବନ ସାର୍ଥକ ହେବ

ଆତ୍ମା ଟି ଯାଇ ବୈକୁଣ୍ଠ ପୁର ରେ

ଶାନ୍ତିରେ ବାସ କରିବ,,,


Rate this content
Log in