ମୋ ଗାଁଁ
ମୋ ଗାଁଁ
ଗାଁ ମୋହର ଭାରି ସୁନ୍ଦର
ମନେ ପଡେ ଭାରି ଭାରି ॥
ଆଜି ମୁଁ ଆସି ଏହି ପରଦେଶେ
ରହିଛି କେ ଜାଣି ॥
ଇଛା ହୁଏ ସତେ ଗାଁକୁ ଯିବା
ସହରକୁ ଛାଡି ଦେଇ ॥
ସେହି ଗାଁର ମମତା ପାଇ
ଜୀବନ ଧରିଛି ରହି ॥
ମୋ ଗାଁର ପାଣି ପବନ
କେତେ ଯେ ଅନନ୍ଦମୟ ॥
ମନେପଡେ ସେହି ଆମ୍ଵଗଛ ମୂଳ
ଗାଁ ସାହି ବନ୍ଧୁ ମେଲ ॥
ଭଲ ଲାଗେନି ସହରକୁ ମତେ
ମୋ ଗାଁଠୁ ବେଶି ବେଶି ॥
ଇଛା ହୁଏ ସତେ ଗାଁକୁ ଯାଇ
ଚାଷ କରିବା ପାଇଁ ॥
ହେଲେ କହିଛି ମତେ ମୋ ମାଟି ମାଁ
ସହରକୁ ଯା ପାଠ ପଢି ॥
ବଡ ମଣିଷ ହୋଇ ମୋ ନା ରଖିବୁ
ପାଠ ପଢି ବଡ ମଣିଷ ହେବୁ ॥
~ଭରତ ମେହେର
ଚଳକି,ଯଈଁନ୍ତରା,ବଲାଙ୍ଗିର