ମାଁ
ମାଁ
ମା ସରଗଠୁ ବଡ ପୁଣି ମାଟିଠୁ ଭାରି,
ମା ଡାକ ଏଇ ଦୁନିଆରେ ଅମୃତ ପରି।
ଦୁଃଖରେ ବିପଦରେ ନିଏ କୋଳେଇ,
କାନ୍ଦିଲେ ବୁଝାଏ ସେ ତାରା ଦେଖାଇ ,
ରୁଷିଲେ ରାଗିଲେ ବୁଝାଇ ନିଏ ଆଦରି
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ।
ଅନ୍ଧାରୁ ଆଣି ସେ ଆଲୋକ ଦେଇଛି
ସବୁ କରେ ସେ ପାଇବା ଆଶା ପୋଛି
ଏଇ ଯୁନ୍ଧ ଭୂମିରେ ସାରଥି ହୋଇ,
ସବୁବେଳେ ସେ ଦିଏ ବାଟ କଢେଇ ,
ସୁଖରେ ଦୁଃଖରେ ଥାଏ ସେ ପାଖେ ଆମରି ,
ମା ସରଗଠୁ ବଡ ପୁଣି ମାଟିଠୁ ଭାରି ।