Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational

2  

Susil Pani

Inspirational

ମାୟା

ମାୟା

1 min
6.8K


ମାୟାରେ ମୋହିତ ଏ ଜଗତ ସାରା ।

ସର୍ବେ ଆପଣା ସ୍ଵାର୍ଥରେ ଅଗ୍ରସର ।।

ସର୍ବ ଜନ ହିତ ପାଇଁ କାହା

ପାଖେ ନାହିଁ ତ ସମୟ ।

ସର୍ବେ ନିଜେ ନିଜ କାମ ପାଇଁ ଆଗଭର ।।

ସଭିଏଁ କୁହନ୍ତି ମୁଁ ମୁଁ ମୋର ମୋର ।

ଜୀବନ ଗଲାବେଳେ କିଏ ସ୍ଵର୍ଗେ ନେଇ ନାହାନ୍ତି ।।

ଯାହା ଅରଜିଛ ଏହି ଦୁନିଆରେ ।

ଛାଡି ଦେଇଯିବ ଏହି ଭାବେଟି ।।

ଆସିଅଛ ଏକା ଯିବ ପୁଣି ଏକା ।

ଛାଡି ଯିବ ତୁମ ସୁନାମ ଅବା ଭଦ୍ର ନାମ ।।

ଶ୍ମଶାନରେ ଶବଦାହ ହେଲା ପରେ ।

ଆଉ ତୁମ ସ୍ଵଦେହ କି ବାକ୍ୟ କେହି ନସୁଣି ପାରିବେ ।।

କହୁ ଥିବେ ତୁମ ନାମ ଧରି ।

ଥିଲା ଏପରି କି ସେପରି ସେ ଲୋକ ।।

ଜିଇଥିବା ଯାଏଁ ମିଛ ଲୋଭ ମୋହ ମାୟା ।

ମରିଗଲେ ସବୁ ଯିବ ଉଭେଇ ।।

ଯାହା ଜାଣିଥିଲ ଶିଖିଥିଲ ଏ ମହିମଣ୍ଡଳେ ।

ସବୁ ରହିଯିବ ଏ ମାଟି ମା କୋଳେ ।।

@ ସୁଶିଲ୍ କୁମାର ପାଣି,ପୁରୀ


Rate this content
Log in

Similar oriya poem from Inspirational