Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Inspirational

3  

Ambika Swain

Inspirational

ନାରୀଟିଏ ମୁଁ

ନାରୀଟିଏ ମୁଁ

1 min
6.6K


ନାରୀଟିଏ ମୁଁ ଅଟେ ତ୍ୟାଗମୟୀ

ସ୍ନେହମୟୀ ପ୍ରେମମୟୀ

ସଂସାର ଜଞ୍ଜା ଳ ସମାଜ ଜଞ୍ଜ।ଳ

ସବୁ କରୁଥାଏ ରହି ।

ସ୍ନେହର ଭଣ୍ଡାର ଓଜାଡି ଦେଲେ ବି

ଆହୁରି ଲୋଡା ପଡ଼େ

ଯେତେ କରିଲେ ବି ଶୁଣିବାକୁ ମିଳେ

ସହି ସହି ଦିନ ଗ ଡେ

ଯେତେ ଲାଞ୍ଚ ନା ଯେତେ ନିର୍ଯା ତନା

ମିଳୁ ଥିଲେ ମିଳୁ ଥାଉ

ଛାତି କୁ ପଥର କରି ମୁଁ ସହି ବି

ଲକ୍ଷ୍ୟ ମୋ ପୂରଣ ହେଉ ।

ହାରି ଯିବି ନାହିଁ ଜୀବନ ପଥରେ

ଭାଙ୍ଗି ମୁଁ ପଡିବି ନାହିଁ

ଉଚିତ୍ ନ୍ୟାୟ ପାଇବାକୁ ସଦା

ସଂଗ୍ରାମ କରିବି ମୁହିଁ ।

ଆତ୍ମ ହତ୍ୟା କରି କରିବିନି ପାପ

ପାପୀଙ୍କୁ କରିବି ସଂହାର

ଜୀବନ ଯୁଦ୍ଧରେ ଲଢେଇ କରିବି

ପାଇବାକୁ ମୋ ଅଧିକାର ।

ସହି ସହି ମୁହିଁ ନୟାନ୍ତ ହେଲିଣି

ନିରବତା ଥିଲା ସୂତ୍ର

ଏଣିକି ଆଉ ନିରବତା ନାହିଁ

ଗାଇବି ମୋର ମନ୍ତ୍ର ।

ନୁହେଁ ମୁଁ ଅବଳା ନୁହେଁ ମୁଁ ଦୁର୍ବଳ।

ହିନମନ୍ୟେ ଦେଖ ନାହିଁ

ନାରୀ ନୁହେଁ ମୁଁ ଅଟେ ନାରାୟଣୀ

ଜଗତ କଲ୍ୟାଣ ପାଇଁ ।।

,

ଅମ୍ବିକା ସ୍ୱାଇଁ


Rate this content
Log in

Similar oriya poem from Inspirational