ଅଭିନବ ଯାଜ୍ଞସେନୀ,
ଅଭିନବ ଯାଜ୍ଞସେନୀ,
ଜୀବନ ଯନ୍ତ୍ରଣା ପଛେ,
ହାତ କାହାର,
ତୁମର ନା ମୋର ?
ଭାବିଥିଲି
ତୁମକୁ ଭବସାଗରର ଜୀବନତରି,
ହେଲେ,
ଭଉଁରି ଦେଖି ଭସାଇ ଦେଲ ମତେ
ଛାଡି ଚାଲିଗଲ କରି ମତେ ପର,
କହିଗଲ ,
ବରଂ, ନିଜେ ଜଳ ,
ଜଳି ଜଳି ହୋଇଯାଅ
ନିଃଶେଷ,
ତମ ପ୍ରଚଣ୍ଡ ବୋଧତତ୍ତ୍ୱର
ଯଜ୍ଞକୁଣ୍ଡରୁ ଧୂଆଁ ହୋଇ
ଉଠିବି,
ସ୍ମୃତି ହୋଇ ସାଥି
ତୁମ ସହ ଚାଲିଥିବି
ବନି
ତୁମ ଛାଇ ,
ତୁମ ନୟନୁ ଝରିବ
ଶ୍ରାବଣୀର ମଲ୍ଲିହାର, ଝରୁ...
ମୋ ବିନା
ହସିବ ତ ମାଟି ଓ ଆକାଶ ,
ଯେତେ ସମୟ
ତୁମେ ଜଳି ଚାଲିଥିବ
ଟିକକ ଅନ୍ଧାର ତ କରିପାରିବ ଦୂର ,
ତୁମ ପ୍ରାରବ୍ଧ
ଯେ ଜ୍ଵାଳାର ମାହାର୍ଘ୍ୟ
ଉଠିବ ପଡିବ
ପ୍ରଜ୍ଞାଧ୍ୱନି ଓ ବେଦମନ୍ତ୍ର, ,
ଯକ୍ଷ ,କିନ୍ନର ,ଗନ୍ଧର୍ବ ଯେ ତୁମ ସହଚର ,
ନିଶ୍ଚୟ କରିବ ସୃଷ୍ଟି
ଜୀବନ ଯଜ୍ଞରୁ ରଚିବାକୁ ଆଉ ଏକ ମହାଭାରତ
ପାର୍ଥ,ସାରଥି ଓ
ଅଭିନବ ଯାଜ୍ଞସେନୀ ---------!
©®କାଶ୍ୟପ,
Ram Prasad Bisoi,
Rayagada,9437234472