Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Inspirational

2  

Ram Prasad Bisoi

Inspirational

ଆଲୋକର ପଥ !

ଆଲୋକର ପଥ !

1 min
6.8K



ପଥଭ୍ରଷ୍ଠ ପଥିକ,

ଘୁରି ବୁଲୁଛି

ଏ ଗଳିରୁ ସେ ଗଳି,

ପ୍ରତି ଗଳି ରେ ଝୁଲୁଛି,

ଫଲକ ଟିଏ,

ଗୀତ,କୋରାନ୍,ବାଇବଲ

ପ୍ରତି ଗଳିରେ ବି ଅଛି

ଘର,

କେଉଁଠି ଲେଖା ଅଛି,

ସତ୍ୟ,ଅହିଂସା,ଧର୍ମ, ପ୍ରେମ,

କାମ, ମୋକ୍ଷ,

ଜନ୍ମ,ଜୀବନ,ମୃତ୍ୟୁ,

କେଉଁଠି ଅଛି କେଜାଣି,

ମାନବିକତା,ଦୟା,କ୍ଷମା

କାହିଁ

ତା ପତ୍ତା ତ ମିଳୁନି,

କିନ୍ତୁ......................!

ମଣିସ ବୋଲାଉଥିବା

କିଛି ଲୋକ ତ ଅଛନ୍ତି

ପଶୁତ୍ବର ଘେରା ଭିତରେ,

ମତେ ଖାଲି ଶୁଭୁଛି,

ଆର୍ତ୍ତନାଦ............!

ରାହୁଗ୍ରସ୍ତ ଆଲୋକ,

ଅନ୍ଧାର ଅଲୋକ ମଧ୍ୟରେ

ଲୋଭ୍, ମୋହ,ମାୟାର

ଏକ ବିରାଟ ଦୀର୍ଘ ପ୍ରାଚିର,

କିଏ ? ଦେଖାଇବ,

"'ଅଲୋକର ପଥ " ....!


(କାଶ୍ୟପ)

ରାମ ପ୍ରାସାଦ ବିଷୋଇ,

ରାତ୍ରା-୧୨-୪୦ ମିନିଟ, ତା-୨୨.୧୦.୧୭

,ଜ୍ୟୋତିକା,ନ୍ୟୁ କୋଲୋନୀ,ରାୟଗଡା ,

ମୋ-୯୪୩୭୨୩୪୪୭୩,


Rate this content
Log in

Similar oriya poem from Inspirational