Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arati Sahoo

Others

3  

Arati Sahoo

Others

ରଥଯାତ୍ରା

ରଥଯାତ୍ରା

1 min
7.4K


ରଥଯାତ୍ରା

ଜୀବନ ରଥର
କିଏ ସେ ଅଦୃଶ୍ୟ କାରିଗର,
ଅନାଦି କାଳରୁ ଗତିମାନ,
ଅନନ୍ତ ଯାତ୍ରା ଇଏ ସତେ,
ଯାତ୍ରାର ନାହିଁ କୌଣସି ଲକ୍ଷ୍ୟ ସ୍ଥଳ,
ନାହିଁ ତାର ନିର୍ଣିତ ସ୍ଥିତି।

ଦିଗହରା, ସମୟର ଧାରାରେ
ଚାଲିବାକୁ ବାଧ୍ୟ।
ଦଣ୍ଡ ବିତିଯାଏ,
ଏମିତି ବି ବିତିଯାଏ ଦିନ,
ଦ୍ୱାଦଶ ମାସ ଷଡ଼ଋତୁର ସାହଚର୍ଯ୍ୟ ପାଇ।

ଜୀବନ ଥମେନା,
ଯେତେ ସବୁ, ଦୁଃଖ ଦୈନ୍ୟ,
ଜରା ବ୍ୟାଧି ସବୁ
ଏକତ୍ରିତ ହୋଇ ମଧ୍ୟ,
କବଳିତ କରି ପାରନ୍ତିନି,
ଅଟକାଇ ପାରନ୍ତିନି।

ଯଦିଓ କିଛି ସମୟ ପାଇଁ,
ରଥ ହୁଏ ତିରୋହିତ, ଲୁକ୍କାୟିତ।
କିନ୍ତୁ,
ଜୀବନର ରଥ ଆପେଆପେ
ହୁଏ ଅଙ୍କୁରିତ,
ପୁଣି ଥରେ ସଜ ହୁଏ,
ଯିବାକୁ ଆଉ ଏକ
ଅନନ୍ତ ଯାତ୍ରାରେ।

ଗୁଣ୍ଡିଚା ମନ୍ଦିରରୁ କୋଇଲି ବୈକୁଣ୍ଠ,
ଜରଠରୁ ଶ୍ମଶାନ,
ଷଠୀ ଘରୁ ସ୍ୱର୍ଗଦ୍ୱ।ର,
ମାଆକୋଳୁ ପୁତ୍ରସ୍କନ୍ଧ।
ଆରମ୍ଭ ଥାଇ ମଧ୍ୟ ନିରାରମ୍ଭ,
ଅନ୍ତ ଥାଇ ସୁଦ୍ଧା ଅନନ୍ତ।


Rate this content
Log in