ଆଶା
ଆଶା
ଆଶାର ପରିସୀମା ଖୁବ୍ ବ୍ୟାପକ
ମାପି ହୁଏନା କି କଳିହୁଏନା ତାକୁ
ଥଳକୂଳ ନାହିଁ ତା'ର ,ଅପହଞ୍ଚ ସେ
ଚତୁର୍ଦ୍ଦିଗରେ ଏକ ଅନିର୍ଦ୍ଦିଷ୍ଟ ବ୍ୟାପ୍ତି ତା'ର
ପ୍ରତିକ୍ଷଣେ ସୂକ୍ଷ୍ମ ଠାରୁ ସ୍ଥୁଳ ପର୍ଯ୍ୟନ୍ତ
ଅପରିସୀମ ସେ,
ବିସ୍ତାର କରି ଚାଲିଯାଏ ତା'ର କାୟା।
ଆଶାଟି ଅପୂର୍ଣ୍ଣ ରହିଲେ
ମନର ସୂକ୍ଷ୍ମ ତନ୍ତ୍ରୀରେ ଲାଗେ ଗଭୀର ଆଘାତ
କ୍ଷିନ୍ ଭିନ୍ ହୋଇଯାଏ ହୃଦୟର
କୋମଳ ଧମନୀ ସବୁ
ମନକୁ ଶକ୍ତ କରି ପୁଣିଥରେ ଉଠିବାକୁ ହୁଏ
ଦ୍ବିଗୁଣା ଉତ୍ସାହ ନେଇ,
ପରିଶ୍ରମକୁ ପୁଞ୍ଜିକରି,
ଜିତିବାର ଅଦମ୍ୟ ଲାଳସାରେ।
ପ୍ରତିଥର ପରି ଏଥର ଭାବିଥିଲି
ନୂତନ ଆଶାର ଉଦ୍ରେକ ହେବାକ୍ଷଣି
ଗଳାରୁଦ୍ଧ କରି ତାକୁ ହତ୍ୟା କରିବି।
କିନ୍ତୁ ଏ କ'ଣ ହେଲା?
ନିଜ ହାତରେ ସେ ମତେ ବଶ କରିଦେଲା
ପ୍ରତିଥର ପରି ତା'ର କାଉଁରୀ ପରଶରେ।
ହୋଇଗଲି ଏକ ଅନୁଗତ୍ୟ ଭୃତ୍ୟ ତା'ର
କୁହୁକରେ ତା'ର ସମ୍ମୋହିତ ହେଲି
ତା'ର ଇଛା ପୂର୍ତ୍ତୀ ପାଇଁ ଲଗାଇ ଦେଲି
ମୋର ସବୁକିଛି......
ସମୟ,ବୁଦ୍ଧି ଓ ଜ୍ଞାନ
କ୍ଷତି କିଛି ହେଲା ନାହିଁ ମୋର
ଉତ୍ପନ୍ନ ହେଲା ଆଉ ଏକ କବିତା
ମୋ'ର ଆଶାର ସନ୍ତାନ,
ମୋର କଳ୍ପନାର ନିର୍ଯ୍ୟାସ।
*** ମିନାକ୍ଷୀ ସାମଲ ***
minusamal1969@gmail.com
7980250037