ନିଖୋଜ ଚିତ୍ତଚୋର
ନିଖୋଜ ଚିତ୍ତଚୋର
କାହିଁ କେତେ କାଳୁ ବସିଛି ରେ କାହ୍ନୁ ତୋ ଆସିବା ପଥ ଜଗି
ଆସିବୁ ଆସିବୁ ମନେ ହେଉଥାଉ ଆସୁନୁ ଗଲୁ କି ରାଗି !!
ମନ ମଧ୍ୟେ ମୋର ସପତ ସପନ ଲହରି ଯାଉଛି ଆଜି
ଶୂନ୍ୟ କୁ ଦେଖିଣ ପାଦ ପଖାଳୁଚି ଆଶା କୁ ଦେଉଛୁ ଭାଜି ।।
ଶୂନ୍ୟରେ ଶୃଙ୍ଗାର କରିବି କେମିତି ଆସୁ ନାହିଁ ସେ କଳ୍ପନା
ଦେହଧାରୀ ମୁଁ ଯେ ଜାଣୁନାହୁଁ କିରେ କିପାଇଁ କରୁ ଛଳନା ।।
ବଂଶୀସ୍ଵନ ତୋର ଆଜି ବି ଶୁଭୁଛି କଦମ୍ବ ବନ ବିଭୋର
ହେଲେ ବନ,ଜନ ପାଗଳ ପ୍ରାୟେକ ନିଖୋଜ ତୁ ଚିତ୍ତଚୋର ।।
ଭାବଶୂନ୍ୟ ହୃଦେ ଭକ୍ତିହୀନ ପଦେ ଡାକୁଛି ତୋତେ କହ୍ନେଇ
ଅକାରଣ କରୁଣ କରୁଣାରୁ ତୋର ପୃଥକ କରିବୁ ନାହିଁ ।
କାର୍ତ୍ତିିିକ ଚନ୍ଦ୍ର ସେଠୀ
ଦୂୂରଭାଷ:୬୨୮୧୬୯୫୮୯୨