Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ହକି ମହାକୁମ୍ଭ-କଳିଂଗରେ

ହକି ମହାକୁମ୍ଭ-କଳିଂଗରେ

1 min
6.6K


ବୀଜୁ ମହାମନା ସ୍ୱପ୍ନ ଦେଖିଥିଲେ ବିକଶିତ କଳିଙ୍ଗର

ଐର ଖାରବେଳ ଯଯାତି କେଶରୀ ଅନୁସରି ଶୂର ବୀର ।

କଳିଙ୍ଗ ଟ୍ୟୁବସ୍ କଳିଙ୍ଗ ପ୍ରୋତ୍ସାହ ୟୁନେସ୍କୋର ପୁରସ୍କାର

ହକି ଷ୍ଟାଡିଅମ୍ କଳିଙ୍ଗ ନାମରେ ସହର ଭୁବନେଶ୍ୱର ।

ଉଚ୍ଚ ହେବାପାଇଁ ଧନ ଲୋଡାନାହିଁ ଲୋଡା ଭଲ ମନଟିଏ

ବୀଜୁଙ୍କ ତନୟ ନବୀନ୍ ମହାଶୟ ପରିଣତ କଲେ କାର୍ଯ୍ୟେ ।

ଏସିଆନ୍ ପରେ ବିଶ୍ୱ କପ୍ ହକି ଏକା ବରଷକେ ଦୁଇ

ଆୟୋଜନ କରି ଦେଖାଇ ଦେଲେ ସେ କଳିଂଗ ସରିକେ ନାହିଁ ।

ଜର୍ମାନୀ ପରିକା ଶକ୍ତି ବିରୁଦ୍ଧରେ ଭାରତ ଜିତିଲା କାଂଶ

ଅପାଂକ୍ତେୟ ଥିଲା ଭୁବନେଶ୍ୱରଟି ନାମ କଲା ସାରା ବିଶ୍ୱ ।

ସତର ମସିହା ସରିବା ଆଗରୁ ଛାଡିଗଲା ନୂଆ ଛାପ

ଗରବେ ଓଡିଆ ଛିଡା ହୁଏ ଆଜି ବିଶ୍ୱ ଦରବାରେ ଧାପ ।

ସୁନ୍ଦରଗଡଟି ହକିର ଅଟଇ ଅନ୍ତୁଡିଶାଳା ପରାଏ

ଦିଲିପ ଈଗ୍ନେଶ କୀରତି ରଚିଲେ କଳିଂଗ ଉଜ୍ଜଳ ହୁଏ ।

ଫେରି ଚାହିଁବାନି ଆଗକୁ ଆହୁରି କୀର୍ତିମାନ ଗଢିଯିବା

କଥା ନୁହେଁ କାମ କମାଲ୍ ଦେଖାଇ ଭାରତେ ଅଗ୍ରଣୀ ହେବା ।


Rate this content
Log in