Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୦

ବେସୁରା ଗୀତି-୭୧୦

1 min
13.5K


କାହିଁକି ଆସିଛୁ ବର୍ଷା

ଚତୁର୍ଦ୍ଦିଗେ ଦେଖ ତୋର

କୁଢ କୁଢ କଞ୍ଚା ମାଂସ

ମାଂସାସୀ ଜାନୁଆରଙ୍କ ଭିଡ  ॥

ମୁକୁଳି ପାରିବୁ ଯଦି କହ

ସମୟର ଭିଡ ଭିତରୁ

ଅସଂଖ୍ୟ ଜାନୁଆର ମେଳୁ

ଧୋଇ ପାରିବୁ ସବୁ ରକ୍ତମଖା ମୁହଁ  ॥

ଏଠି ପରା ପ୍ରତି ମୁହୂର୍ତ୍ତ ରେ

ଶୁଳିରେ ଚଢେ ସରଳ ପଣ

ମିଥ୍ୟାର ଆଢୁଆଳରେ

ସତ୍ୟ କରେ ଆତ୍ମସମର୍ପଣ  ॥

କପଟ ପଶାର ଗୋଟି ଚାଳନାରେ

ଅସହାୟ ଯୁଦ୍ଧିଷ୍ଠିର

ଆଖିବୁଜି ଉପଭୋଗ କରୁଥାଏ

ତା ନିର୍ବୋଧ ପଣ  ॥

ରହିଯା ରହିଯା ବର୍ଷା ରହିଯା ଟିକିଏ

ଛଦ୍ମବେଶୀ ଆତ୍ମୀୟତା ଭିତରେ ବି

ଆତ୍ମସୁଖ ଲୁଚିଛି ଏଠାରେ

ଆସିବୁ ଯଦି ଆସ,ଧୋଇବାକୁ ମଣିଷ ମନକୁ  ॥

 


Rate this content
Log in