Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୨୭

ବେସୁରା ଗୀତି-୭୨୭

1 min
7.1K


ବର୍ଷା ଆସେ କାହିଁ କେଉଁ

ନିଛାଟିଆ ମୁହୂର୍ତ୍ତ ମେଳରୁ

ବର୍ଷା ଆସେ ଭିଜି ଭିଜି

କାହିଁ କେଉଁ ଦୂର ଇଲାକାରୁ ॥

କେତେ ବେଳେ ବର୍ଷା ଆସେ

ବିସ୍ମୃତିର ମେଘନାଦ ପାଚେରିକୁ ଡେଇଁ

କେତେବେଳେ ବର୍ଷୁଥାଏ

କଲିଜାକୁ ଯାଉଥାଏ ଖାଇ ॥

ସ୍ମୃତିର ଝରକା ଖୋଲି

କେତେବେଳେ ବର୍ଷୁଥାଏ ମନ ଅଗଣାରେ

ନିଛାଟିଆ ଜହ୍ନରାତି

ଝାପସା ଝାପସା ଜହ୍ନ ଆଲୁଅରେ ॥

କେତେବେଳେ ଅବେଳ ରେ

ଘନ ଘୋର ରଡି ଛାଡି ଛାଡି

ଚାଲି ଚାଲି ଆସୁଥାଏ

ତା ସାଥିରେ ପ୍ରଳୟକୁ ଧରି ॥

କେତେ ରୂପ ବର୍ଷା ତୋର

କିଏବା ଦେଖିଛି

ତଥାପି ବି ସମସ୍ତଙ୍କ ପ୍ରିୟା ତୁହି

ସଭିଙ୍କ ମାନସୀ ॥


Rate this content
Log in