Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.7  

Sadananda Sahoo

Others

ଜୀବନର ପଥେ ପଥେ

ଜୀବନର ପଥେ ପଥେ

1 min
258


ଅତୀତର ସ୍ମୃତି ହୋଇନି ବିସ୍ମୃତି 

   ମୋଦୃଶ୍ୟ ପଟରୁ କିଛି , 

ଅତୀତ ବିଗତ ହୋଇଚିତ ସତ 

    ପାରୁନିମୁଁ ଜମା ମୂର୍ଚ୍ଛି l


ଜୀବନର ଛବି ଅତୀତ ସରାଗୀ 

    ନିଇତି ହେଉଚି ଭାଳି , 

ଆହାକି ସୁନ୍ଦର ଥିଲା ମୋଅତୀତ 

   କରୁଥିଲି କେତେ କେଳି l


ସ୍ମୃତି ପିଲାଦିନ ଅତୀତ ସମ୍ପଦ 

    ସୁଖ ସମୃଦ୍ଧିର ବିତ୍ତ , 

ନଥିଲା କାମନା ନଥିଲା ବାସନା 

   ଶୁଦ୍ଧଥିଲା ମନଚିତ୍ତ l 


ଆହାକି ସୁନ୍ଦର ଏ ଭବ୍ୟ ସମୟ 

   ନଥିଲାତ ହିଂସା ଦ୍ଵେଷ , 

କେଡ଼େ ବେଗେ ସରି ଗଲା ଅପସରି 

   ପିଲାଦିନ  ଖୁସିହସ l 


ବର୍ତ୍ତମାନ କଥା କହିବା ଅନ୍ୟଥା 

    ଲୋଭମାୟା ବଶବର୍ତ୍ତୀ , 

ସଂସାର ମାୟାରେ ଅଛି ମୁଁ ଛନ୍ଦରେ 

    କ୍ଷୁର୍ଣ୍ଣ ମୋର ଭାବମୂର୍ତ୍ତୀ l


ପିଲା ପରିବାର ମୋ ଲୋଭ କାରଣ 

    ଗଢିଛି ସଂସାର ବସା , 

ସେଥି ପାଇଁ ଆଶା କରୁଛି ସହସା 

   ହୋଇପୁଣି ଲୋକହସା l


ବର୍ତ୍ତମାନ ଧନ କରେ ଲୋଭାସକ୍ତ 

    ଅତୀତକୁ  ଭୁଲିଯାଇ , 

ଭବିଷ୍ୟତ ପନ୍ଥା କହେ ନୁଆକଥା 

   ଆଶାର ସଂଚାର ପାଇଁ l 


ଏସଂସାରୀ ମଣିଷ ସର୍ବକାଳ ସୁତ 

   ବଖାଣେ ତା ସୁଖଚିତ୍ର , 

ଦୁଃଖ ଯାତନାକୁ ଭୁଲିଯାଏ କିନ୍ତୁ

   ସମୟର ସ୍ରୋତେ ନିଶ୍ଚ l


ହେ ବର୍ତ୍ତମାନ ଦେଯଶ ମାନ 

   ଅତୀତ ଯାଇଛି ହଜି , 

ଭବିଷ୍ୟତ ବାର୍ତ୍ତା ହେବକି ଶୁଭେଚ୍ଛା

    ନିଇତି ହଉଚି ଭଜି ! ! 


ସ୍ନେଁହସରାଗରେ ସମୟ ସ୍ରୋତରେ 

   ଚାଲୁଚି ମୁଁ ଧୀରେ ଧୀରେ ,

ସମୟ ବାପୁଡା ସତେ ପଥହୁଡା 

   କଥାକହେ ଗୋପନରେ l


ପ୍ରେମର ପ୍ରେମିକା ବର୍ତ୍ତମାନ ଶିକ୍ଷା 

   ବିରହରେ  ଜର୍ଜ୍ଜରୀତ , 

ପ୍ରେମିକପ୍ରବର  ଅତୀତର ମିତ 

    ହୁଏପୁଣି ଉପେକ୍ଷିତ l


ଜୀବନ ଜଞ୍ଜାଳ ସୁଖର ସଂସାର 

   ତ୍ରିକାଳର  ପ୍ରତିଛବି , 

ନୀଡର ଶାବକ ସର୍ବ କାଳମିତ 

  ଅନୁଭବେ  ହେବେଭାବି l 


 ହେ ଧନମନ ସ୍ଵର୍ଣ୍ଣ ଆଭୁଷଣ 

   ଭବିଷ୍ୟତ ବାର୍ତ୍ତା କର୍ତ୍ତା , 

ତୁମରି ଆଧାର  କରୁ ନିରୂପଣ 

    ଭବିଷ୍ୟତ କାର୍ଯ୍ୟପନ୍ଥା l


ଦୁଃଖ ସୁଖ ଛବି ତ୍ରୀକାଳ ବିଭବି 

    ଅତୀତ କଥିତମିତ , 

ବର୍ତ୍ତମାନ ସ୍ନେଁହ କର ନିରୂପଣ 

  ଭବିଷ୍ୟତ ହେଵଶ୍ରେଷ୍ଠ l



Rate this content
Log in