Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhariom Power Ajtak

Others

2  

Bhariom Power Ajtak

Others

ତୁମ ଖୋଲାଦ୍ଵାରେ

ତୁମ ଖୋଲାଦ୍ଵାରେ

1 min
6.6K


ହେ ନୀଳ ନୟନା !

ସେତେବେଳେ ଏ ବିରାଟ ପୃଥିବୀଟା ନିସ୍ତବ୍ଧରେ ଥିଲା ,

ଯେତେବେଳେ ତୁମକୁ ମୁଁ ପାଇବାକୁ ମନ ଖୋଜୁଥିଲା ।।

ଯେତେବେଳେ ତୁମଦ୍ଵାରେ ପହଁଚି ମୁଁ ମୋପାଦ ଥାପିଲି,

ତୁମଚକ୍ଷୁ ଭରିଥିଲା ଗଭିରିଆ ସାଗରର ଯାହା ମୁଁ ଦେଖିଲି।।

ତୁମ ବାହୁ ବନ୍ଦନରେ ସ୍ଵର୍ଗର ସେ ଅନୁତାପ ଥିଲା ,

ଶତୃଭାବେ ଈଶ୍ଵରଙ୍କ ସ୍ପର୍ଶ ଖୋଜୁଥିଲା ।।

     

ହେଲେ .......

ସମୟତ ଦେଲାନାହିଁ ଘଡିଟା ମୋହର ,

ତେଣୁ ସ୍ଥାଣୁ ପାଲଟିଲା ମୁହୂର୍ତ୍ତଟା ମୋର ।।

ତେବେ .....

ଆଲୁଅଟା ଲିଭିଗଲା ବିନା ଅପେକ୍ଷାରେ ,

ଆକାଶରେ ଯେତେ ଥିଲେ ତାରକା ରୂପରେ ।।

ସୂର୍ଯ୍ୟ ଉଁଏ ଆଉଥରେ ଯେବେ ଆକାଶରେ ,

ତାହାହେଲା ....

ତାହାହେଲା ଆଉଏକ ଦିବା ,

ସୁନ୍ଦର ଏ ପୃଥିବୀରେ ଉପସ୍ଥିତ ଅବା ।।

ଏକ ନୂତନ ଯାଗାଟି ଯା ଏବେବି ଅଚିହ୍ନା 

ରହିଗଲା ଶେଷରେ ଯା ଏକା ତୁମ ଚିହ୍ନା ।।

ତାହା .....

ତାହା ଖାଲି ମୋ ପାଦ ଚିହ୍ନଟା ,

ସ୍ପଷ୍ଟ ବାରି ପାରୁଥିବ ତୁମରି ମନଟା ।।

#@ବିରେନ୍ ରାୟ ,              

ମୋ  =୯୪୩୭୪୬୩୫୩୮,

ଭୁବନେଶ୍ବର ।

     


Rate this content
Log in