ଜୀବନ ଗୀତା-୪୪୨
ଜୀବନ ଗୀତା-୪୪୨
1 min
211
ଜୀବନ ଆକାଶେ ଯେବେ
ଘୋଟିଆସେ ଦୁଃଖର କୁହୁଡି
ସୂର୍ଯ୍ୟ ହୁଏ ପ୍ରଭାହୀନ
ଧୀରେ ଚାଲେ ଜୀବନର ଗାଡି ॥୦॥
ସଂପର୍କୀୟ ସାଂଗସାଥୀ
ପୁୁରୁଣା ହେଉକି ନୂଆ
ଦୁଃଖ ବେଳେ ଦିଅନ୍ତିନି
କେବେହେଲେ ଧରାଛୁଆଁ
ପଥେ ଚାଲୁଚାଲୁ ଦିନେ
ହରାଏ ସେ ଶେଷ ଆଶାବାଡି ॥୧॥
ସମୟ ବଦଳେ ପୁଣି
ଋତୁବି ବଦଳି ଯାଏ
ଦୁଃଖର କୁହୁଡି ହଟି
ସୁଖର ସୂରୁଜ ଉଏଁ
ସାଂଗସାଥୀ ସବୁ ଆସି
ଦୂଆରେ ଲଗାନ୍ତି ପୁଣି ଧାଡି ॥୨॥