Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଟି ଓ ଫୁଲର କବିତା
ମାଟି ଓ ଫୁଲର କବିତା
★★★★★

© Prakash Ranjan Parida

Tragedy

1 Minutes   6.9K    8


Content Ranking


ତୁମ ପୃଥିବୀରୁ ଦି’ମୁଠା ସ୍ବପ୍ନ ନେଇ ଫେରିବା ମୁହୂର୍ତ୍ତରେ

ସାରା ଦୁନିଆଁ ଅମୃତମୟ ଲାଗୁଥିଲା ମତେ,

କିନ୍ତୁ ମୁଁ କି ଜାଣିଥିଲି

ହାତ ମୁଠିରେ ବନ୍ଦି ଦି’ମୁଠା ସ୍ବପ୍ନ ପାଇଁ

ହରେଇ ବସିବି ଆପଣା ପୃଥିବୀରେ ହସିଖେଳି ଜୀବନ ଜିଇଁବାର ଯୋଗ୍ୟତା

ଦି’ପାଦ ଭୂଇଁ କୁ ମୋର ବୋଲି କହିବାର କ୍ଷମତା ।

ବରଂ ଏମିତି ଇ ହବାର ଥିଲା

ଆମ ପୃଥିବୀରେ ଯେତେ ସବୁ ବିଲ, ବଣ ନଈପଠା

ସବୁଠି ଭରିଯିବ ତୁମ ପୃଥିବୀର ମିଠା ବାସ୍ନା

ଯେଉଁ ବାସ୍ନାକୁ ଲୁଟିବା ପାଇଁ

ମୋ ଘର ଅଗଣାର ପ୍ରତିଟି କୋଣେ

ଫୁଲେଇ ଫୁଲଙ୍କ ଆସର ବସିବ

ପ୍ରତିଟି ସଞ୍ଜ ଓ ସକାଳେ

ଏଇଥି ପାଇଁ ଯେ

ସେ ବାସ୍ନାକୁ ଆଉ କିଏ ଲୁଟି ନେବ କାଳେ ।

ପରେ ପରେ ତୁମେ ଆସିବ

ଇଚ୍ଛାର ଇଶ୍ବରୀ ସାଜି, ହୃଦେ ତୁମ ପାଦ ଚିହ୍ନ ଥାପି,

ପରନ୍ତୁ ଏମିତି ମୁହୂର୍ତ୍ତ ଆସିବାର ଅନେକ ଆଗରୁ

ପାଲଟି ସାରିଥିଲି ମୁଁ ଚିରହରିତ ଅରଣ୍ୟର ମୁଠାଏ ଅନ୍ଧାର

ଶୂନ୍ୟର ଶୂନ୍ୟତା ମଧ୍ୟେ ନେଇ ସାରିଥିଲି

ଜୀବନ୍ତ କବର ।

ଆକାଶକୁ ଛାତ, ଦିଗ୍‌ବଳୟକୁ କାନ୍ଥ ଓ

ସ୍ବପ୍ନକୁ ପୁଞ୍ଜି କରି ନିଜ ପାଇଁ ଗଢ଼ୁଥିଲି ନୀଡ

ମୁଠେ ମାଟି, ପେନ୍ଥେ ଫୁଲକୁ ସାଉଁଟୁଥିଲି ଗଣ୍ଠିଧନ ପରି

ସଜେଇ ଦେବାକୁ ଜୀବନର ଉତ୍ତୁଙ୍ଗ ପାହାଡ଼ ।

ଏବେ ତ’ ତୁମେ ଦେଇଥିବା ଦି’ମୁଠା ସ୍ବପ୍ନକୁ

ଆଞ୍ଜୁଳି ତୋଳି ବିକି ଦେଇଛି ଜହ୍ନ ରାଇଜକୁ

ମୋ ଶୂନ୍ୟ ନୀଡ ଆଗରେ ଝୁଲାଇଛି ‘ନିଷିଦ୍ଧାଞ୍ଚଳ’ର ଫଳକ

କାଳେ କେବେ ମୋ ଠିକଣା ପାଇଯିବ ବୋଲି,

ଦେଇଥିବା ଦି’ମୁଠା ସ୍ବପ୍ନ ବଦଳରେ

ମୋ’ଠୁ କିଛି ମାଗିନେବ ବୋଲି । ।

....

'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର

ସ୍ବପ୍ନ ଫୁଲ ଶୂନ୍ୟ ନୀଡ

Rate the content


Originality
Flow
Language
Cover design

Comments

Post

Some text some message..