Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଅଜରାମର ଆତ୍ମା

ଅଜରାମର ଆତ୍ମା

1 min
123



ପ୍ରତି ପ୍ରାଣୀର ଶରୀର ଯେ ନଶ୍ଵର,

ଜୀବାତ୍ମାର ଅବଦାନ ଦେଇଛନ୍ତି ପରମେଶ୍ୱର |୧|


ଭଗବଦ୍ଗୀତା ଦ୍ୱାରା ଜଗଦ୍‌ଗୁରୁ ଶ୍ରୀକୃଷ୍ଣ ପ୍ରଦାନ କରିଲେ ଆତ୍ମଜ୍ଞାନ,

ଆତ୍ମସିଦ୍ଧି ଆତ୍ମୋପଲବ୍‌ଧି ଜ୍ଞାନଯୋଗ ର ମାର୍ଗ ଜଣାଏ ଏହି ବ୍ରହ୍ମଜ୍ଞାନ |୨|


ପୁରୁଷୋତ୍ତମ କ୍ଷେତ୍ରର ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳୀୟଙ୍କ ଜୀବନ୍ତ ଠାକୁର,

ଜୀର୍ଣ୍ଣବେର ପରିତ୍ୟାଗ ଜୀର୍ଣ୍ଣୋଦ୍ଧାର ର ଆଭାସ କରାଏ ଶ୍ରୀଜୀଉଙ୍କର ନବକଳେବର |୩|


ସମସ୍ତ ଆତ୍ମାଙ୍କ ଶରୀର ରେ ଅଛି ଏକ ନିର୍ଦ୍ଦିଷ୍ଟ ଅବଧି,

ସମୟସୀମା ଅନନ୍ତର ପରିତ୍ୟାଗ କରିବାକୁ ହେବ ପ୍ରାଣପ୍ରାଚୁର୍ଯ୍ୟ କଳେବର ର ପରିଧି |୪|


ପ୍ରତିଦିନ ମନୁଷ୍ୟ ବ୍ୟବହାର କରେ ପୃଥକ ପରିଧାନ,

ଅନନ୍ତରୂପୀ ଆତ୍ମା ଅବିରାମ ଅନ୍ୱେଷଣ କରୁଥାଏ ନୂତନ ଶରୀର ର ଅନୁସନ୍ଧାନ |୫|


ଆତ୍ମା ହେଉଛି ଚିରଞ୍ଜୀବ ଚିରନ୍ତନ ଚିରକୁମାର ଚିରହରିତ,

ଏହି ସୂକ୍ଷ୍ମ ଆଧ୍ୟାତ୍ମିକ ଅଶରୀରୀ ଅଂଶ ହେଉଛି ପରମ ପୁନୀତ ପବିତ୍ରୀକୃତ |୬|


ସମୟର ଗତିଦ୍ୱାରା ଦେହ ର ସାରଭାଗ ସର୍ବଦା ଅପ୍ରଭାବିତ,

ପୀତାମ୍ବର ଜଣେଇଛନ୍ତି ଯେ ଆମ ଆବେଗିକ ନୈତିକ ଏବଂ ବୌଦ୍ଧିକ ସତ୍ତା ସଦା କାଳାତୀତ |୭|


ସାର୍ଥକ ସୁକର୍ମ ଦ୍ୱାରା ନିଜ ଜନ୍ମ ରେ ଅର୍ଜନ ପୁରୁଷାର୍ଥ ,

ଶାଶ୍ୱତ ସୁନାମ କରି ଉପାର୍ଜନ କରିବା ଅମୁଲ୍ୟ ଜୀବନ ର ପରମାର୍ଥ |୮|


ସଦା ମିଳି ନ ପାରନ୍ତି ସ୍ୱଭାବ ଅନୁରୂପ ବ୍ୟକ୍ତି,

ଯଥାସମ୍ଭବ ସମନ୍ୱୟ ସାଧନ କରି ସମ୍ପ୍ରାପ୍ତ କରିବା ଜୀବନ୍ମୁକ୍ତି |୯|


ଗଭୀର ଆତ୍ମ-ଅନୁଶୀଳନ କରାଏ ଯଥାର୍ଥ ଆତ୍ମସମୀକ୍ଷଣ,

ଗୁରୁଜନଙ୍କ ମର୍ମସ୍ପର୍ଶୀ ପୁରାଣ ପଠନ ବୋଧନ କରାଏ ଏହି ପବିତ୍ର ପ୍ରଶିକ୍ଷଣ |୧୦|


କେବେ ବି ରଖିବାର ନାହିଁ ଐହିକ ଶରୀର ପ୍ରତି ବିମୋହ,

ଅଜରାମର ଆତ୍ମା ର କାହାର ପ୍ରତି ନାହିଁ ସ୍ନେହ ବ୍ୟାମୋହ |୧୧|


Rate this content
Log in