ବାପା ! ଆସ ତୁମେ ଫେରିଆସ
ବାପା ! ଆସ ତୁମେ ଫେରିଆସ
ବାପା..
ଚାଲିଗଲ ନା ଏକା ଏକା…
ହେଲେ..
ତୁମ ବିଚ୍ଛେଦର ନିଆଁ
ଆଜି ବି ଜଳୁଛି
ହୁତୁ ହୁତୁ ହୋଇ
ଠିକ୍ ସେ ଦିନ ପରି…
ଯେଉଁଦିନ,
ରାମ ନାମ ସତ୍ୟ ହେ..
ହରି ନାମ ସତ୍ୟ ହେ..
ଏମିତି କିଛି ଶବ୍ଦର ତରଙ୍ଗ ସହ
ଚାଲିଯାଉଥିଲ ବେଦରଦୀ, ହୃଦୟହୀନ
ପୁଣି ମୁକ ବଧୀର ମଣିଷଟେ ପରି
ବାପାର ପରିଚୟକୁ କାହା ହାତରେ ସମର୍ପି ନ ଦେଇ
ଆମ ଏଇ ଘରସାମ୍ନା ଦୁଆର ଠାରୁ ନଈତୋଟାର ମଶାଣି ଅଭିମୁଖେ
ଠିକ୍ ଗାଁ’ ଦାଣ୍ତର ମଝି ମଝି..
ନା….
ଲିଭୁନାହିଁ ଏ ନିଆଁ
ବରଂ ଦିନକୁ ଦିନକୁ ବଢିଚାଲୁଛି..
ଆଉ ଏ ନିଆଁର ଝାସରେ ଝାସରେ…
ତରଳି ଯାଉଛି ମୋ କଠିନ ହୃଦୟ
ଠିକ୍ ହିମାଳୟର ବରଫ ପରି..
ଆଉ..
ଧାର ଧାର ହୋଇ ବହିଯାଉଛି..
ମୋ ହୃଦୟର ସ୍ମୃତି ସବୁ ଲୁହ ଲହୁ ହୋଇ…
ନା….
ରୋକିପାରୁନି.. ମୁଁ..
ଆଉ ପାରିବିନି ମଧ୍ୟ…
ଏମିତି ଏଇ ସ୍ୱାର୍ଥପର ଦୁନିଆର
ଭଦ୍ରମୁଖା ପିନ୍ଧା କିଛି ମଣିଷର ମିଛ ଆଶ୍ୱାସନାରେ
କିଛି ସାହାର୍ଯ୍ୟ ସହଯୋଗରେ..
କିଛି ମିଠା ମିଠା କଥାରେ..
ପୁଣି କିଛି ମିଛର ସ୍ନେହ ଶ୍ରଦ୍ଧା ଛିଟାରେ..
ମୁଁ ପାରିବିନି ରୋକି..
ଯଦି ଚାହୁଁଛ..
ରୋକିବାକୁ…
ବାନ୍ଧିବାକୁ ବନ୍ଧ..
ଏ ଚିରସ୍ରୋତା ଲୁହ ନଈରେ..
ଆସ..! ଆସ ତୁମେ ଫେରିଆସ
ଠିକ୍ ପୂର୍ବ ପରି ମୋ ବାପା ହୋଇ..
ସେ ଏ ଜନ୍ମରେ ହେଉବା ଶତଜନ୍ମରେ ବି ହେଉ…
କିନ୍ତୁ… ଆସ..! ଆସ ବାପା ।
ଆସ ତୁମେ ଫେରିଆସ…..
ତୁମ ଅପେକ୍ଷାରେ..ମୋ ବିଶ୍ୱାସ..
ତୁମର ହାତଭାଗୀ ସନ୍ତାନ,
ବଳବନ୍ତ ସାହୁ
Bab-L♥-U👉