Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational Others

2  

Ranjan Kumar Brahma

Inspirational Others

ଯଥାତଥ

ଯଥାତଥ

1 min
6.9K


ଗୁଲୁ ଗେଲୁ ମାଆ ଦୁଇ ପଡୋଶୀ

ଗପୁଥିଲେ ବସି ଦୁହେଁ ଏକାଠି ।

ସହସା ଉଠି ଗୁଲୁ ମାଆ ଚାଲିଲା

ଗେଲୁ ବାପା ଯେବେ ଖୋଲିଲେ ଟି.ଭି ।।

କ'ଣ କରିବା ସମ୍ବାଦ ଖୋଲିଲେ

ଅଧିକାଂଶ ଖାଲି ଜଳ ବିବାଦ ।

ଆମେ ଭଡାଟିଆ ତୁମରି ରାଜ୍ୟେ

ସମ୍ପର୍କ ସାଜିଛି ନଦୀର ବନ୍ଧ ।।

ପ୍ରତିନିଧି ଯଦି ମାନ ବୁଝନ୍ତେ

ସମ୍ପର୍କ ହୁଅନ୍ତା ବେଶ ମଧୁର ।

ମାଟି ପାଣି ବାୟୁ ତରୁ କେବେ କି

ହୁଅନ୍ତି କାହାର ଆପଣା ପର ।।

ଦିଅନ୍ତି ବୋଲି ସଦା ଘେନିଥାଉ

ମୋର ଭାବୁ ଯିଏ କାହାର ନାହିଁ ।

ପ୍ରକୃତି ଦତ୍ତକୁ ନର ପ୍ରକୃତି

ଅଙ୍କ କଷି ମହାଦୀନ ହୁଅଇ ।।

ଘରର ପାଚେରି ବିଲର ହିଡ଼

ଅପସରି ଯାଉ ସଂହତି ପାଇଁ ।

ଏସବୁ ଏହ୍ନେ ଆବଶ୍ୟକ ଅଛି

ଜଗତ ଜାତିର ମଙ୍ଗଳ ପାଇଁ ।।

ଦେବକୀର କୋଳ ଯଶୋଦାର ଗେଲ

ରହିଲା କି ତାହା ସଦା ବେଳକୁ ।

ରହିଯିବ କଥା ହଟି ଯିବ ବାଧା

କଲେ ଉପଯୋଗ ଥିବା ଧନକୁ ।।

ଥିଲା ଦିନେ ଯା' ଆମର କଣ୍ଟକ

ସେଇଠି ଅଛି ହେଲେ ତାର ନାହିଁ ।

ମୋର(୨) ବୋଲି କାହିଁକି କଳି କରିବା

ଆମ ବୋଲି ଚାଲ ଯତନ କରି ।।

ଦାଣ୍ଡ ଦୁଆରେ କୁହାକୁହି ହେଲେ

ନିଜ ମରଦଙ୍କୁ ଦେବେ ବୁଝାଇ ।

ଭୁଲ ନ କରି ଏକତ୍ର ରୁହନ୍ତୁ

ଯୋଡି ଦୁଇ ହାତ ଛାତିକୁ ଛାତି ।।

ରଞ୍ଜନ କୁମାର ବ୍ରହ୍ମା

ଶିକ୍ଷକ, ସି ଆର ସି ସି

ଚିକିଟୀ ଗଡ଼ , ଗଞ୍ଜାମ

 *********


Rate this content
Log in

Similar oriya poem from Inspirational