ମୁଁ ତୁମକୁ ଭୁଲି ନାହିଁ
ମୁଁ ତୁମକୁ ଭୁଲି ନାହିଁ
1 min
135
ମୁଁ ତୁମକୁ ସାଥୀ ଭଲପାଏ ବୋଲି
ମନେ ମନେ ଜାଣିଥିଲା
ହେଲେ ସାଥୀ ତୁମ ପ୍ରୀତିର ଛଳନା
ବୁଝି ମୁଁ ପରି ନଥିଲି (1)
ଭଲ ପାଅ ମତେ ପ୍ରାଣ ଠୁ ଅଧିକ
କହିଥିଲ ମୋତେ ଥରେ
ତୁମ ସେଇ କଥା ଆଜି ମୁଁ ବୁଝୁଛି
ଅନେକ ଦିନର ପରେ (2)
ତୁମରି ମିଛକୁ ସତ ବୋଲି ଭାବି
ଅନେକ ମୁଁ ଖୁସି ଥିଲି
କାରଣ ଜାଣିଲେ ଆହୁରି ହସିବ
ମୁଁ ତୁମକୁ ଚାହୁଁ ଥିଲି (3)
ଆଜି ବି ଭାବୁଛି ଶୁଭ ମନାସୁଛି
ତୁମରି ଖୁସିର ପାଇଁ
ଯେଉଁଠି ଥାଅ ମତେ ଭୁଲି ଯାଅ
ମୁଁ ତୁମକୁ ଭୁଲି ନାହିଁ (4)