କାଳିଆ
କାଳିଆ
ମୋ ଭାଗ୍ୟ ତୁ ଲେଖିଛୁ ରେ
ପତର ତଳେ,
ଦୁଃଖର ପାହାଡେ ବସି
ଲୁହ ମୁଁ ଢାଳେ।
ମୋ ଲୁହ ତ ମୋ ପାଇଁ
ସୁଖ ଝରଣା,
କାହିଁକି କରିବି ଆଉ
କେଉଁ ଭାବନା।
କୁହୁଳି କୁହୁଳି ଆଜି
ଅନ୍ତର ଜଳେ ।
ଦୁଃଖର ପାହାଡେ.... (୦)
କଷ୍ଟ କଲେ ଏଠି କାଳେ
କୃଷ୍ଣ ତ ମିଳେ,
ଅଫଳନ୍ତି ବୃକ୍ଷ ଡାଳେ
ଶ୍ରୀଫଳ ଫଳେ,
ହାତ ପାହାନ୍ତାରେ ରହି
ଖାଲି ଅଣ୍ଡାଳେ,
ଭୋଗୁଛି ମୁଁ ଭୋଗୁଥିବି
ମୋ କର୍ମ ଫଳେ ।
ଦୁଃଖର ପାହାଡେ... (୧)
ତୁମେ ଭାବଗ୍ରାହୀ ତୁମେ
ଜଗତ ନାଥ,
ତୁମ୍ଭରି ଆଜ୍ଞାରେ ସର୍ବେ
ହୁଅନ୍ତି ଆତଯାତ,
ହେଲେ ଆଜି ମୋ ଠାରୁ ତୁ
ବେଶୀ ଅନାଥ,
ତଥାପି ତୁ ରହିଅଛୁ
ଜଗଜ୍ଜନ ମେଳେ,
ଭାଗ୍ୟ ମୋର ବିପର୍ଯ୍ୟୟ
ଦୁର୍ଭାଗ୍ୟ ଖେଳେ ।
ଦୁଃଖର ପାହାଡେ...(୨ )
ମୋ ଭାଗ୍ୟ ତୁ ଲେଖିଛୁ ରେ
ପଥର ତଳେ,
ଦୁଃଖର ପାହାଡେ ବସି
ଲୁହ ମୁଁ ଢାଳେ।
ପ୍ରଣତି ମହାପାତ୍ର
ବାଲେଶ୍ଵର।