Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

3.3  

Sukanti Hotta

Others

ଧନ ମୋର

ଧନ ମୋର

1 min
177


ଗଣପତି ଧନ ମୋର,

ଆସିଯିବ ମୋର ପୁର,

ସଜାଇଦେଇଚି ଦାଣ୍ଡ ବାଡ଼ି ସବୁ,

ଲିପିଛି ମୁଁ ଘରଦ୍ଵାର l



ମୋଦକ, ଲଡୁ ମୁଁ ବନାଇ ରଖିଛି,

ଦୁବ, ଫୁଲ, ପୁଷ୍ପେ ଗାଲିଚା କରିଛି,

ଧନ ମାଳି ମୋର ସୁନା ପୁଅଟି,

ଜଲଦି ଆସ ମୋର ଘରଠି l


ପାର୍ବତୀ ମାକୁ କହି ଆସିବୁ,

ଗେଲା ଧନ ମୋର କୋଳେ ବସିବୁ,

ଅଝଟ ଜମାରୁ ତୁ ହେବୁନି,

କେବେ ହେଲେ ଦୁଃଖ ତୁ ଦେବୁନି l



ରିଦ୍ଧିସିଦ୍ଧି ତୋର ସାଥିରେ ଥିବେ,

ସଦାବେଳେ ମୋର ଘରେ ରହିବେ,

ସୁନାର ପଲଙ୍କେ ତୋତେ ଶୁଆଇବି,

ପସନ୍ଦର ଖାଦ୍ୟ ତୋତେ ଖୁଆଇବି l



ଘର ହେବ ମୋର ବିଦ୍ୟା ମନ୍ଦିର,

ସଦା ସୁଖୀ ହେବେ ମୋ ପରିବାର,

ଜଣେ ହେଲେ କିଏ କଷ୍ଟ ପାଇବେନି,

ସଂସାରକୁ କର ବୈକୁଣ୍ଠ ପୁର l


ସୁକାନ୍ତି ହୋତା ତାଳଚେର 7008819476


Rate this content
Log in