ଜୀବନ ଗୀତା- ୧୦୮
ଜୀବନ ଗୀତା- ୧୦୮
1 min
13.2K
ଜୀବନ ଗୀତା- ୧୦୮
ଅନୁଭବର ଶେଷସୀମାଟିକୁ
ଛୁଇଁବାକୁ ଚାହେଁ ଜୀବନ
ଛୁଇଁବା ଆଗରୁ ଶେଷସୀମାକୁ
ଛୁଇଁଦିଏ ତାକୁ ମରଣ ॥୦॥
ଡହଳବିକଳ ପୂରା ଆୟୁଷ୍କାଳ
ପାଏନା ଟିକିଏ ଶାନ୍ତି
କି ଲାଭ ବା ଧାଇଁ ଏନ୍ତୁଡିରୁ ଜୁଇ
ପାଇବା ପାଇଁ ପ୍ରଶସ୍ତି
ଚନ୍ଦ୍ରମାକୁ ହାତ ବଢାଇଥାଏ
ହୋଇଥାଉ ପଛେ ବାମନ ॥୧॥
ହାରିବାର ଦୁଃଖ ଜିତିବାର ସୁଖ
ମଝିରେ ଟିକିଏ ଫାଙ୍କ
ସେତିକି ଫାଙ୍କକୁ ପାର କରିବାକୁ
ଦଉଡେ ଜୀବନଯାକ
ଲହୁଲୁହାଣ ହେଉଥାଏ ଖାଲି
ଧାଇଁଧାଇଁ ସାରା ଜୀବନ ॥୨॥