ରାତି
ରାତି
ରାତି
***
ଡଃ ଶଶୀ ଭୂଷଣ କଥା ମହାପାତ୍ର
ରାତିର ଆଖିରେ ନିଦ ନାହିଁ
ଦିନରେ ସେ ଶୋଇଛି
ନିଦ ନାହିଁ ମୋ ଆଖିରେ,
ସେ କିନ୍ତୁ ଉଜାଗର ସାରା ରାତି
ଦେଖିବେ ଅମା ରାତିରେ
ଅନ୍ଧାର ଜଳୁଛି କେମିତି।
ଅନ୍ଧାର ଆହୁରି ଅନ୍ଧାର ହେଇଛି
ଜହ୍ନ ତା' କବରିରେ ଲୁଚିଛି
ମେଘ ବି ଘନ କଳା କଜଳ ହୋଇ
ତା' ଆଖିରେ ଲାଖିଛି।
ରାତିର ହୃଦୟରୁ
ରକ୍ତ ପରି ଅନ୍ଧାର ଝରୁଛି
ଅନ୍ଧାର କୁ କାଳି କରି
ଅଜି ତା' ପାଇଁ କବିତା ଲେଖୁଛି।
ନିସ୍ତବ୍ଧତା ରାତିର ଗୀତ
ଫେରୁଛି ପ୍ରତିଧ୍ବନି ହୋଇ
ତା' ସାଂଗରେ ଫୁଲର ମହକ
ଆଘ୍ରାଣରେ ମନରେ ଖେଳାଏ
ପ୍ରୀତି ର ପୁଲକ।
ଅନ୍ଧାର ସ୍ପର୍ଶ କରେ
ରାତିକୁ ଯେମିତି
ମଁ ବି ଛୁଇଁ ଦେବି
ତୋତେ ବି ସେମିତି।
ତାରାମାନଙ୍କୁ ମଲ୍ଲି ଫୁଲ କରି
ତୁମ ଗଭା୍ରେ ଖୋସି ଦେବି
ତୁମେ ଖାଲି ଜ୍ଜ୍ୱଳନର
ରାତି ଟିଏ ହୋଇ ଯାଅ
ମଁ ଅନ୍ଧାର ହୋଇଯିବି।
ରାତିକୁ ଅନ୍ଧାର
କବଳିତ କରିଛି ବୋଲି
ଆକାଶ ରେ ଏତେ ତାରା
ତୁମେ କିନ୍ତୁ ମୋତେ
କବଳିତ କରିଛ ବୋଲି
ମଁ ଆଜି ସାଜିଛି ଅନ୍ଧାର,
ମୁଁ ଅନ୍ଧାର ବୋଲି
ରାତିଏତେ ଘନ ଅନ୍ଧାର।
***:*****-******