Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

3  

Chittaranjan Lenka

Others

ଶ୍ରେଷ୍ଠ ଯାଦୁକରଙ୍କୁ ଅଳି

ଶ୍ରେଷ୍ଠ ଯାଦୁକରଙ୍କୁ ଅଳି

1 min
6.4K


ଯେତେ ମୁଁ ଆକୁଳ     ବିକଳ ହୋଇଲେ

ପାରିବିନି କିଛି କରି

ଏ କଥା ଜାଣି ବି       ଅଜଣା ହେଉଛି

ମାୟା ଦିଏ ମୋତେ ଘାରି


ଭଲ ଭାବେ ଜାଣେ   ମାୟାରୁ ଖସିବା

ନୁହଁଇ କେବେ ସମ୍ଭବ

ନିର୍ବୋଧଙ୍କ ପରି      ଟାଣି-ଟୁଣି ହୁଏ

କାଳେ ଖସି ହୋଇଯିବ


ମାୟା ଯଦି ଦେଲ    ଭଲ ଭାବେ ଦିଅ

ଆହେ ଶ୍ରେଷ୍ଠ ଯାଦୁଗର

ଯାହାକୁ ଚାହିଁଲେ     ଦିଶି ଯାଉ ଖାଲି

ତୁମ ସେ ରଙ୍ଗ ଅଧର


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in