Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୦୭

ଜୀବନ ଗୀତା-୨୦୭

1 min
13.6K


 

ଜୀବନର ନରମ ସକାଳ
ବିତିଗଲା ପରେ
ଝୋଟିପକା ଯୌବନର ଖରା
ମରମକୁ ଜାଳେ ॥୦॥

ଝିଲିମିଲି ଖରା ଭରିଦିଏ
ଦେହରେ ମନରେ କେତେ ତାତି
ଖିଲିଖିଲି ହସୁଥାଏ ଜହ୍ନ
ବଢିଯାଏ ବିରହର ରାତି
ଶୋଷରେ ଆଉଟି ଶୁଖିଯାଏ ତଣ୍ଟି
ପୀରତିର ଲୁଚକାଳି ଖେଳ
ହୃଦୟକୁ ହାଣେ ॥୧॥

ଥିରିଥିରି ଜରା ଆସେ ଯେବେ
ଅନ୍ତରେ ହୃଦରେ କେତେ ଭୀତି
ଭାରିଭାରି ଲାଗେ ଦେହମନ
ସରିଯାଏ ସବୁ ସୁଖଶାନ୍ତି
ହରିନାମ ଏକା ଦିଅଇ ସୁରକ୍ଷା
ଲିଭିଗଲା ବେଳେ ଦୀପଶିଖା
ଜଳିଉଠେ ଜୋରେ ॥୨॥

 

 

 


Rate this content
Log in