Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ତୁମେ ଯେବେ କଲ ଜୀବନ ଆରମ୍ଭେ

ତୁମେ ଯେବେ କଲ ଜୀବନ ଆରମ୍ଭେ

1 min
13.3K


ତୁମେ ଯେବେ କଲ ଜୀବନ ଆରମ୍ଭେ

 

ଆଭାକାନ୍ତ ମହାନ୍ତି

 

ତୁମେ ଯେବେ କଲ ଜୀବନ ଆରମ୍ଭେ

       ବଞ୍ଚିବାରେ ଦୁର୍ବିସହ

ଅନୁରୋଧ କରେ, ମୋ ଅନ୍ତ ଖବରେ

       ଢାଳିବ ଗୋ ଟୋପେ ଲୁହ । ୦ ।

 

ପ୍ରେମ-ମଶାଣିର ପାଉଁଶ ଆଡ଼େଇ

       ଖୋଜୁଛି ମୁଁ ମୋର ହଜା ପୀରତି

ମନାଙ୍ଗନେ ବିଞ୍ଚି ତୁମ ଦିଆ ସ୍ମୃତି

       ହୃଦୟେ ମୋ ଆଙ୍କି ତୁମ ମୂରତି

ତୁମେ ତ ହଜିଛ ନୀଳ ଆକାଶରେ

       ବୁଝିବନି ମନ କୋହ । ୧ ।

 

ଗାଇ ଗୁଣୁଗୁଣୁ ଉଡ଼ି ଝୁନୁଝୁନୁ

       ଉଇଁଛି ଅରୁଣ, ଆସେ ଭଅଁର

ସେ ଭାବେ କମଳ ହେଲେ କି ବୁଝିବ

       ଜୋଚ୍ଛନା ପିଆସୀ ଚିତ୍ତ ମୋହର

ତୁମେ ଗୋ ଜୋଛନା ଦୂରେ ହଜିଗଲ

       ମୋ ଅନ୍ତରେ ଭରି ମୋହ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in