Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta None

Inspirational

2  

Abhakanta None

Inspirational

ଜାତି

ଜାତି

1 min
6.6K



ବିଧି ବିଧାନରେ ଦୁଇ ପର୍ଯ୍ୟାୟରେ ଜାତି ହୋଇଅଛି ବଣ୍ଟା

ଅବୁଝା ମାନବ ଜାତିର ଏ ଭାବ କରୁଛି ଘଣ୍ଟା ଚକଟା ।

ନାରୀ ଜାତି ଏକ ପୁରୁଷ ଆରେକ ପ୍ରତି ପର୍ଯ୍ୟାୟେ ବିଦିତ

ହସ୍ତର କଙ୍କଣ ଦେଖାରେ ଦର୍ପଣ ଖୋଜି ମାନବ ବିକ୍ଷିପ୍ତ ।

ଜାତିରେ ବିଭକ୍ତି ଅଟେ ବିଧି ନୀତି ଏଇତ ସୃଷ୍ଟି କାରକ

ଦିବ୍ୟ ପର୍ଯ୍ୟାୟରେ ଏକୁ ଆରେକରେ ଅଟଇ ପରିପୁରକ ।


କରମ ପ୍ରବନ୍ଧେ ଜାତିକୁ ଯେ' ବାନ୍ଧେ ଅଜ୍ଞାନ ତା' ବୁଝାମଣା

ଦୈବୀ ଦେୟ କାଟି ପାରେକି ଉକୁଟି ମାନବୀୟର ପାଉଣା ।

ନୀତିକୁ ଅନୀତି ଗ୍ରାସିବାର ଗତି ତେଣୁ ଆଜି ତୀବ୍ରତ୍ତର

କୁମ୍ଭୀର କାନ୍ଦଣା କାନ୍ଦେ ଯୁଗ ସିନା ନ ବହଇ ଲୁହ ଧାର ।

ଜାତିର ଦ୍ବାହୀରେ ସ୍ବେଚ୍ଛତା ମହୀରେ ତୀବ୍ରେ ହୁଏ ଆଜି ବ୍ୟାପ୍ତ

ଶ୍ରେଷ୍ଠତା ଭୁଲାଇ ଦିଏ ବୋଲି ଏହି ଜନ୍ମ ସାଜେ ଅଭିଷପ୍ତ ।


Rate this content
Log in