ନାହିଁ ଆଉ ସେହି ଫଗୁଣର ଧାରା
ନାହିଁ ଆଉ ସେହି ଫଗୁଣର ଧାରା
ନାହିଁ ଆଉ ସେହି ଫଗୁଣର ଧାରା
ନାହିଁ ଶିରାବଣ ତୋଷ
କେତେ ଆଉ ଯିବ ଏମିତି ଜୀବନ
କେତେ ହେଉଥିବି ବେଶ ।
ତୁମ ପ୍ରେମ ହେଲା ସ୍ମୃତି ସମ୍ବଳିତ
ସାଇତି ରଖିଛି ପାଖେ
ଯଥା ରାସ ରସେ କଦମ୍ବ ମୂଳରେ
କୃଷ୍ଣ ଗୋପୀଙ୍କର ସାଥେ।
ବସନ୍ତ ବାସରେ ମିଳନ ବେଳାରେ
ଜଳୁଥିଲି ଦୀପ ହୋଇ
ଢାଳୁଥିଲ ମଧୁ ମଦହୋସ ହୋଇ
କେତେ ରଙ୍ଗେ ରଙ୍ଗ ଦେଇ
ସଞ୍ଜ ବାହୁଡଇ ଦୀପର ଆଲୁଏ
ମନ ଖୋଜି ନାହିଁ ପାପ
ପବିତ୍ର ପାବନ ତୁମ ତନୁ ମନ
ପ୍ରେମ ଥିଲା ନିଷପାପ ।
କେଉଁ ରାତ୍ରୀ କେବେ ମିଳନ କହିନି
ପ୍ରେମ ଥିଲା ମନ ମୋହ
ତୁମେ ମୋର ପୂଜା ଅର୍ଘ୍ୟ ତୁମେ ବି
ମନ୍ଦିରର ପୁଜା ଦିଅଁ
ତୁମ ଉପସ୍ଥିତି ଯେଉଁଠାରେ ଥାଏ
ଲାଗୁଥାଏ ପୂଜାସ୍ଥଳି
ତୁମେ ଚାଲିଗଲ ପ୍ରଭୁଙ୍କ ନିବାସ
କେତେ ଦୁଃଖ ଦେଲ ଢାଳି
ରହିଗଲା ପ୍ରେମ ପ୍ରେମର ଜୀବନ
ମନ ରାଇଜର ବନେ
ସେ ଯେଉଁ ଅମୃତ ପାଇବିକି ଆଉ
ତୋର ବିନା ଦିନ ଗଣେ।
ପ୍ରଶାନ୍ତ କୁମାର ହୋତା 🌹