Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ମୋ ନଜରରେ ଜୀବନ

ମୋ ନଜରରେ ଜୀବନ

1 min
156


ରୋଜା ପଣ୍ଡା


ଜୀବନ,

ସତରେ ଜଟିଳ ମାନସାଙ୍କଟିଏ,

ଅସଜଡ଼ା ଶାଢ଼ୀ କୁଞ୍ଚଟିଏ,

ଅଫୁଟା ଗୋଲାପ କଢିଟିଏ,


ଜୀବନ,

କେବେ ଦେଇଥାଏ ରୀତିମତ ଯୁଦ୍ଧର ଡାକରା ଭିନ୍ନଭିନ୍ନ ପରିସ୍ଥିତିରେ

ନିରୋଳାରେ ଅବା ଅନେକ ଗହଳିରେ,

ଝିଲମିଲ ଆଲୋକ ସଜ୍ଜିତ ରାଜମହଲରେ କେବେ

କେବେ ଜଙ୍ଗଲର କିଟକିଟ ଅନ୍ଧକାର ମଧ୍ୟରେ,


ଜୀବନ ଯୁଦ୍ଧ ଚାଲିଥାଏ କାର ଦୁଇ ଓଳି ଦୁଇମୁଠା ଖାଦ୍ୟ ପାଇଁ,

ପୁଣି କାର ଲୋଡ଼ା ସାଧ୍ୟ ,

କିଏ ଜାଗାବାଡ଼ି ପାଇଁ କରିଚାଲେ ଯୁଦ୍ଧ

କିଏ ହାରିଯାଇ ମୁଣ୍ଡ ନୁଆଁଇବାକୁ ହୁଏ ବାଧ୍ୟ


ଜୀବନ,

ଏକ ନିସ୍ତବ୍ଧ ରାତ୍ରିର ଖୋଲା ବହି,

ପଢିପାରିଲେ ଖୁବ ସୁନ୍ଦର ଓ ଅତି ସରଳ,

ନପଢିପାରିଲେ ଅଛିଣ୍ଡା ଗଣିତ ପରି,

ଦୁଃଖଦିଏ ଅଜସ୍ର ଯାହା ହୁଏନା ସହି


ଜୀବନ,

ଏକ ଅଧା ଗଢା ସମ୍ପର୍କଟିଏ,

ନା କେବେ କଟିହୁଏ

ନା ଯୋଡିହୁଏ ତାକୁ ସମ୍ପୁର୍ଣ୍ଣ ଭାବରେ,

ଇଛା ଥାଉ କି ନଥାଉ ଜୀବନକୁ ଜୀଇଁବାକୁ ହୁଏ

ଆଉ ଗାଇବାକୁ ପଡେ ଜୀବନ ସଙ୍ଗୀତ

ଆପଣାର କଣ୍ଠରେ, ପ୍ରତି ମୁହୂର୍ତରେ

ମୃତ୍ୟୁ ଆସିବା ପର୍ଯ୍ୟନ୍ତ, ସୁରରେ ହେଉ କି ବେସୁରରେ........


ପୂର୍ଣ୍ଣାନନ୍ଦ ଭବନ,

ନେତାଜୀ ନଗର,ମଧୁପାଟଣା, କଟକ-୭୫୩୦୧୦


Rate this content
Log in