କଳ୍ପନା
କଳ୍ପନା
ନିତି ଦେଖୁଥାଇ ବାଦଲ ଫାଙ୍କରୁ ମୁହଁ କୁ କାଢି
ସୂରୁଜ କିରଣରେ ଆଚ୍ଛାଦିତ ଧରା
ଗୁଳ୍ମ ସହ ଦ୍ରୁମ ପରିଯନ୍ତେ
ଛୁଇଁ ଯିବି ପବନ କି ବର୍ଷା ବୁନ୍ଦା ହେଇ
ବତୁରି ଯିବ ତୃଷାର୍ତ୍ତ ଧରା !!
ଭାବନାର ଅନ୍ତରାଳେ
ନିତି ଖେଳେ କଳ୍ପନାର ପାରିଜାତ
ହୃଦୟ ମାଆ ହୁଏ ଅଣାୟାତ୍ତ
ଖୁସିରେ ମୁଁ ଯାଏ ଭାସି ଉଜାଣି ବଉଦ !!।
ଦୁନିଆ ହାଟରେ ନିତି ଦେଖେ
ସମ୍ପର୍କର ଗୋଲାପ ଗାଲିଚା
କେବେ ଲାଗେ ପାଦ ଦୁଇ ଗୋଲାପି ମଖା ତ
କେବେ ପୁଣି କଣ୍ଟାର ପରଶରେ ରକ୍ତର ଅଳତା !!
ନିତି ଝରେ ସେ ଓଠରୁ ହସର ମୃଦୁ ଫଲ୍ଗୁ ଧାର
ତରଙ୍ଗରେ ଭାସି ଆସେ
ଆକାଶରେ ସୃଷ୍ଟି କରେ ଫେନିଳ ଜୁଆର
ମାଦକତା ହାଏ ସେ ହସ ସତେ ନୁହେଁ ଭୁଲିବାର !!
ଏଇ
କଳ୍ପନାର ଡେଣାରେ
ଦୂରତା ନିମିସେ ଉତୁରା ହୃଦୟେ
ଏମିତି ଝଲକି ଯାଉ କଳ୍ପନାର ଇନ୍ଦ୍ରଧନୁ
କ୍ଷଣକ ଭାଵନାର ଅଭିସାର କ୍ଷଣିକ ବାସ୍ତବତାର ତୀକ୍ଷ୍ଣ ସ୍ୱର !!