Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

2  

Sadananda Sahoo

ପାପ ପ୍ରେମ

ପାପ ପ୍ରେମ

1 min
219



ପ୍ରେମର ପସରା ସ୍ୱାମୀର ସାହାରା

ପବିତ୍ର ସମ୍ପର୍କ ଧାରା ;;

କୁଳବଧୂ ତୁମେ ସରାଗ ମନରେ

ଢାଳି ଦିଅ ପ୍ରେମ ସୁରା !!!


ପ୍ରେମ ପଥ ହୁଡି ସାଜନି ବଇରୀ

ଲାଗିବ କଳଙ୍କ ଛିଟା ;;

ପ୍ରେମରେ କଳଙ୍କ ନୁହେଁ ଶୁଭଙ୍କର

ହେବ ତୁମେ ହଟ ହଟା !!!


ସାତ ଜନମର ସୁହାଗ ସିନ୍ଦୁର

ସ୍ୱର୍ଗପୁରେ ଖ୍ୟାତି ଅର୍ଜେ ;;

ପ୍ରେମର ବିକଳ୍ପ ସତେ ଅଭିସାପ

ଘାଣ୍ଟି ହେବ ଯାଇ ନର୍କେ !!!!


ପଥହୁଡି ତୁମେ ଚାଲ ନାହିଁ କେଵେ

ଖସି ଯିବ ତୁମ ପାଦ ;;

ନୁଆ ରଙ୍ଗ ଦେଖି ହୁଅ ନାହିଁ ଖୁସି

ସମାଜ ଖୋଯିବ ଛିଦ୍ର !!!


ସ୍ୱାମୀହିଁ' ସର୍ବସ୍ୱ ସ୍ଵାମୀହିଁ' ପ୍ରସ୍ଵାଶ

ପାନକର ପ୍ରେମ ରସ ;;

ବିଶ୍ୱାସର ଘର ସୁଖର ସଂସାର

କର ନାହିଁ କେଵେ ଧ୍ୱଂସ !!!


ଯୌବନ ଉଚ୍ଛ୍ୱାସେ ପ୍ରେମ ଅବକାଶେ

ପ୍ରେମିକକୁ କର ତ୍ୟାଗ ;;

ସ୍ୱାମୀମନ ନେଇ ପ୍ରେମବ୍ରତ ପାଳି

ସର୍ବ ସୁଖ କର ଭୋଗ !!!


ପ୍ରୀତି ପ୍ରିୟତମା ଭୁଲ ନାହିଁ ଜମା

ପ୍ରେମୀପରା ସ୍ୱାର୍ଥପର ;;

ପ୍ରେମରସ ସାରି ଯିବ ଅପସରି

ଶୁଭିବନି କଣ୍ଠ ସ୍ୱର !!!


ପ୍ରେମ କଳଙ୍କିନୀ ଜମାରୁ ସାଜନି

ମିଳିବନି ପ୍ରେମ ନୀର ,

ସମାଜିକ ବ୍ୟାଧି ବ୍ୟାପିବ ସବୁଠି

ଅଶୁଭଏ ପ୍ରେମ ସ୍ୱର !!!


ପ୍ରେମର ପ୍ରେମିକନୁହେଁ ଯୋଗ୍ୟ ସୁତ

ତୁମକୁ କରବିସ୍ପର୍ଶ ,

ଅସୁମାରି ଆଶା ହେବତ ନିଆଶା

ଦେହେ ଚହଟିବ ବିଷ ! !


ପ୍ରେମିକ ସମାଜ ରଖ ଅନୁରୋଧ

କୁଳ ବଧୂନୁହେଁ ପ୍ରେମୀ ;

ପ୍ରେମ କର ତୁମେ ତରୁଣୀ ବୟସୀ

ସାର୍ଥକ ହୋଇବ ଭୂମି !!!!


ଏହି କବିତା ଟିକୁ ଲେଖିବା ନିମିତ୍ତ ମୋର ଜଣେ ସହୃଦୟ

ବନ୍ଧୁ ବିଶେଷ ଅନୁରୋଧ୍ କରିବାରୁ ଲେଖିବାକୁ ବାଧ୍ୟହେଲି

ସଦାନନ୍ଦା ସାହୁ ; ଧୁରୁସିଆ ;;

ଆଠଗଡ଼ ;; କଟକ ;;ଶୁଭରାତ୍ରୀ


Rate this content
Log in