Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational Abstract

5.0  

Bauribandhu Lenka

Inspirational Abstract

ବନ୍ଧନ ଦିଅ ଖୋଲି

ବନ୍ଧନ ଦିଅ ଖୋଲି

1 min
6.6K


(0)

ବନ୍ଧନ ଦିଅ ଖୋଲି ଆହେ ପ୍ରଭୁ

ବନ୍ଧନ ଦିଅ ଖୋଲି

ଖୋଲିଦେଲେ ଥରେ ଉଡି ମୁଁ ଯାଆନ୍ତି

ମୁକ୍ତ ବିହଙ୍ଗ ଭଳି II

(1)

ସଂସାର ବନ୍ଧନେ ବାନ୍ଧିଦେଇ ମୋତେ

ଦେଖୁଅଛ ବସି ନାଟ

ପଡି ଉଠି ଧାଏଁ ଏ ଜୀବନେ ପଥେ

ପ୍ରତି ପଦରେ ସଙ୍କଟ

କାଇଁ ଏତେ ଦୁଃଖ ଦେଉଅଛ ପ୍ରଭୁ

କି ଦୋଷ କରିଛି ବୋଲି

ବନ୍ଧନ ଦିଅ ଖୋଲି ଆହେ ପ୍ରଭୁ

ବନ୍ଧନ ଦିଅ ଖୋଲି II

(2)

ଦୁଃଖରେ ରଖିଛ କିପରି ଡାକିବି

ତୁମକୁ ଦୁଃଖନାଶନ

ଯାହା ଇଚ୍ଛା ତୁମ କର ଆହେ ପ୍ରଭୁ

ନାହିଁ ମୋର ଅଭିମାନ

କିଏ ଦେଇଦେଲା ମୁଁ ଅବା ନ ଦେବା

ପାଇଁ ଏତେ ସରି ହେଲି

ବନ୍ଧନ ଦିଅ ଖୋଲି ଆହେ ପ୍ରଭୁ

ବନ୍ଧନ ଦିଅ ଖୋଲି II

*****


Rate this content
Log in

Similar oriya poem from Inspirational