Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta None

Abstract

2  

Abhakanta None

Abstract

ଭୟ

ଭୟ

1 min
6.8K


ଜୀବନ ଯେଉଁଠି ଭୟ ଅଛି ସେଠି ଏ'ତ ଜୀବ ଜନ୍ମଜାତ

ଭୟହୀନେ କାହିଁ ଜୀବନ ଅଛଇ ଏ ଭାବନା ଅକଳ୍ପିତ ।

ବିଧି ହିଁ ବିଚାରି ଭୟକୁ ସଞ୍ଚାରି ଅଛି ଜୀବ ଜଗତରେ

ତେଣୁ ପାରେ ଗୁନ୍ଥି ଜଗତର ସ୍ଥିତି ସେ ତା ନିଜ ବିଧାନରେ ।

ସର୍ବୋପରି ଭୟ ଦୁଇଟି ପର୍ଯ୍ୟାୟ ଧାରଣ କରିଛି ସିନା

ଆଉ ଯେତେ ଭୟ ହୋଇଲେ ଉଦୟ ପାଇବ ଦାସ ପାଉଣା ।

ପ୍ରଥମ ସ୍ବର୍ଗୀୟ ଅନ୍ୟଟି ନର୍କୀୟ ଜୀବ ହୃଦେ ଥାଏ ରହି

ସ୍ବର୍ଗ ନ ପାଇବା ନର୍କକୁ ପାଇବା ଜୀବ କର୍ମେ ରୁହେ ଛାଇ ।

ବିଶୃଙ୍ଖଳ ହେବ ଜୀବନ ସଦୈବ ନ ଥିଲେ ଭୟର ସ୍ଥିତି

ବିଚିତ୍ର ବିନ୍ଧାଣୀ କରିଅଛି ଜାଣି ଏ' ଭାବ ଜୀବନ ସାଥି


Rate this content
Log in