Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Romance

3  

Shanti Mishra

Romance

ବାଟ ଖୋଜି ପାଏନା

ବାଟ ଖୋଜି ପାଏନା

1 min
6.5K



ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

------------------------------------------------

ତୁମ ବିନା ହୋଇ ଯାଇଅଛି ଏ ଜୀବନ, ଏକ ଗତିହୀନ ହ୍ରଦ l

ନ ବହି ପାରି ନିବୁଜ ବର୍ଗକ୍ଷେତ୍ରେ, ରହି ଯାଇଛି ହୋଇ ଆବଦ୍ଧ ll

କଳ କଳ ହୋଇ ବୋହି ଯିବା ପାଇଂ, ଯେତେ ଖୋଜୁଛି ସେ ପଥ l

ଚର୍ତୁଦିଗେ ଘେରି ରହି, ପଥ ରୋଧ କରେ, ଶକ୍ତିଶାଳୀର ପାହାଡ଼ ll

ମିଶିଯିବା ପାଇଂ ତୁମ ସାଥେ, ଉଚ୍ଚାଟ ମନକୁ କେ କରି ପାରିବ ରୁଦ୍ଧ l

ଧରି ନେବା ପାଇଂ, ଏଣେ ତେଣେ ଧାଏଂ ପାଗଳ ପରାଏ, ନ ମାନି ବାଡ ବନ୍ଧ ll

ଖୋଜି ବୁଲେ ତୁମରି ସାନିଦ୍ଧ, କିନ୍ତୁ ପାଏ ନାହିଁ ଖୋଜି କେଉଁ ଠାରେ l

ଅଲକ୍ଷେ ଭ୍ରମଣ ସାରି, ଫେରି ଆସେ ପୁଣି, ଲୁହେ ଭିଜି ଗଲା ପରେ ll

ପ୍ରତିକ୍ଷାର ପଥ, ଦୀର୍ଘରୁ ଦୀର୍ଘତର ହୋଇ, ଧୀରେ ଝାପସା ଦିଶଇ l

ଦେହସୁହା ଏବେ ହୋଇ ଗଲାଣି ତ, ଏ ବଂଚିବା, ନିଶ୍ଚଳ ନିଥର ହୋଇ ll

କେବେ ଉଚ୍ଚୁଳି ପାରୁନି, ଆଉ ତ ସେଥିରେ, ଲହରୀ ପରେ ଲହରୀ l

ଭରି ଯାଇଅଛି ପଂକ କାଦୁଅ ଅନାବନା ଆବର୍ଜନାରେ, ଏ ଜୀବନ ହ୍ରଦ ପାଣି ll

ନା ଫୁଟୁଚି କେବେ ଆଉ, ସ୍ବପ୍ନର ନାଲି, ଧଳା, ନୀଳ କଇଁ , ତା ବାସ ଛୁଟାଇ l

ନା ପହଁରୁ ଅଛନ୍ତି କାମନାର, ରଂଗ ବିରଂଗୀ ମୀନ, ତା ଲାଂଜ ହଲାଇ ll

ନିବୁଜ ପ୍ରାଚୀରରେ ମଥା ପିଟି ପିଟି, ଖାଲି ବ୍ୟଥା ଗୁଡେ, ଆଣିଲା ପରେ ସାଉଁଟି l

ଆତ୍ମ ସମର୍ପଣ କରି ସମୟ ପାଖରେ, ଏବେ ସବୁ ଭାବନାକୁ ଦେଇଛି ତ ଫିଗିଂ ll

ବେଳେ ବେଳେ କିନ୍ତୁ, ସେ ମଇଳା ପାଣିରେ ଦିଶିଯାଏ,

ପୂର୍ଣ୍ଣମୀ ରାତିରେ କୁହୁକୀ ଜହ୍ନର ପ୍ରତି ଫଳନ l

ଏବେବି ମିଳନ କାମନା, ହୁଏତ ମରି ନାହିଁ ବୋଲି,

ଆସେ ଜଣାଇ ଦବାକୁ, କହେ ନହେବାକୁ ଉଦାସୀନ ll

**************************************************


Rate this content
Log in

Similar oriya poem from Romance