Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAUSHIK KUMAR HOTA

Inspirational

4.5  

KAUSHIK KUMAR HOTA

Inspirational

ଶିଖିବା ଆପଣା ଛାଏଁ

ଶିଖିବା ଆପଣା ଛାଏଁ

1 min
405


ଦଳରେ ରହିବା ଗୁଣ,

ଚାଲିବାର ଗୁଣ ଶିଖିବା ତାଠାରୁ

ଜୀବନେ ବରିବା ପଣ ll

ମହୁମାଛି ଠାରୁ ଶିଖିବା ସଞ୍ଚୟ

ଝଡଝଞ୍ଜା ଆସୁ ଯେତେ,

ଗଛଠୁଁ ଶିଖିବା ଦାନଶୀଳଗୁଣ

ମହତ ପଣ ଜଗତେ llବସୁଧା ପାଖରୁ ସର୍ବସହା ଗୁଣ

ଶିଖିବାରେ ଆମେ ମାନେ,

ଜୀବନ ଗଠନ ଗୁଣଟି ଶିଖିବା

ନୀତିଶାସ୍ତ୍ର ଅଧ୍ୟୟନେ ll

ଇଶ୍ୱର କରୁଣା ପାଇବା ଶିଖିବା

ଗୁରୁ କଲେ ସୁକଲ୍ୟାଣ,

ଭଲକୁ ଗ୍ରହଣ କରିବା ଶିଖିବା

ହଂସଠାରୁ ସଦା ଜାଣ ll

ଛୋଟ ହେଲେବି ସେ ମହତ ଗୁଣର

ଅଧିକାରୀ ଯେବେ ହୁଏ,

ଭଲକୁ ଆଦରି, ତାକୁ ଅନୁସରି

ଶିଖିବା ଆପଣା ଛାଏଁ ll


--- କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ l


Rate this content
Log in