ଅଙ୍ଗୀକାର
ଅଙ୍ଗୀକାର
ଅଙ୍ଗୀକାର
କାତମାରେ ନାଉରିଟେ ହୋଇ
ମନ ଡଙ୍ଗାରେ ବସାଇ
ଇଛାହୁଏ ବାହିନେଵି
ଦୂର ରାଇଜର ନିଭୃତ
ଅଜଣା ଅପହଞ୍ଚ ଟାପୁକୁ
ଯେଉଁଠି ନ ଥିବ ଛଳନା
ନା ପ୍ରତାରଣା ।
ଖୋଲା ଆକାଶ ତଳେ ଉଡୁଥିବ
ମୁକ୍ତ ପ୍ରଜାପତିଟିଏ ହୋଇ
ଧାଉଁଥିବି ତୁମ ପଛେ ବାହୁକୁ ବଢ଼ାଇ
ମତୁଆଲା ସମୀରଣେ ଯଦି ହୁଅ ବାଇ
ଧରିନେବି ଲମ୍ଫଦେଇ
ଦୁନିଆର ଚାରି କାନ୍ଥ ଡେଇଁ
ବାଡ଼ବତା ନ ମାନି ଡେଣାକୁ ମେଲାଇ
ଭେଟିଦେବି ଜୀବନର ସବୁ ସୋମରସ
ଶେଷ ବୁନ୍ଦାକୁ ବୁହାଇ ।
ପିଇଯିବ ସରାଗରେ
ତୃଷାର୍ତ୍ତ ପରି ଢକ ଢକ କରି
ମାଦକତା ଭରା ଆଖିରେ ମୁହଁକୁ ଲୁଚେଇ
ପରିହାସେ ପଚାରିବି ଅନୁଭବ
ପ୍ରଶ୍ନଟିଏ ଅସଜଡ଼। କରି
ଲାଜ ମିଶା ମିଛ ରାଗେ
ଉଁ...ହୁଁ କରି ମାରୁଥିବ ପରିତୃପ୍ତିର ହାଇ
ବାନ୍ଧିନେବି ପ୍ରେମ ଅଙ୍ଗୀକାର
ଏ ହୃଦ ଗଣ୍ଠିଲିରେ
ଇଛାମତେ ବାଢ଼ି ଦେବ
ମୋ ଥାଳ ପୂର୍ଣ୍ଣ କରି ।