Audio

Forum

Read

Contests

Language


Write

Sign in
Wohoo!,
Dear user,
କେମିତି ଏ ସଂପର୍କ
କେମିତି ଏ ସଂପର୍କ
★★★★★

© Pranati Mahapatra

Tragedy

1 Minutes   6.6K    4


Content Ranking

ସରିଯାଇଥିଲା ଯୈ।ବନର ଢେଉ 

  ମରିଗଲା ଆଶା ତରୁ,

ଦୁହେଁ ରହିଗଲେ ଅଜଣା ପଥରେ

     ଯୁଗ ହେଲା ଫେରୁ ଫେରୁ ।

ଅଚାନକ୍ ସିନା ଦେଖା ହୋଇଥିଲା

   ସଂପର୍କ ଗଲା ବଦଳି,

ପୁରୁଣା କଥାର ଭଟ୍ଟା ପଡିଥିଲା

    ପାରିଲାନି କିଛି ଭାଳି।

କେବଳ ତାହାର ସ୍ମୃତି ପାଥେୟରେ

    ଲେଖିଲି ଗପ କବିତା,

ରଚିଲି ବି କେତେ ରମ୍ୟ ନାଟକକୁ

   ହେଲି ସବୁଠି ପରିଚିତା ।

   ଦୁର୍ଭାଗ୍ୟ ଥିଲା ତ ମୋର...

ଶବ୍ଦକୁ ଶବ୍ଦରେ ଖଞ୍ଜି ଦେଲି ସିନା

   ସୃଷ୍ଟି କଲି କେତେ କେତେ,

ସିଏ ଚାଲିଗଲା ପଥର ଲଦି ମୋ

   ଛାତି ଫାଟିଗଲା ସତେ ।

   ପ୍ରଣତି ମହାପାତ୍ର

   ବାଲେଶ୍ୱର

ସଂପର୍କ ସ୍ମୃତି କବିତା

Rate the content


Originality
Flow
Language
Cover design

Comments

Post


Some text some message..