Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others

2  

Lalatendu Kabi

Others

ଆଉ ତୋଳ ନାହିଁ ଫୁଲ

ଆଉ ତୋଳ ନାହିଁ ଫୁଲ

1 min
1.2K


.

ତେବେ ତୋଳୁଥିଲ ପର ପାଇଁ ଫୁଲ,

ଦେହ ଯାଉଥିଲା ସିଝି;

ଏବେ ଆଉ ଭାଇ!, ତୋଳ କାହା ପାଇଁ ?

ରକତେ ଗଲଣି ଭିଜି !!୧॥

ଧୂଳି ମାଟି ସାଥେ କର ନାହିଁ ଏତେ

ଏବେ ମନ ଦିଆ ନିଆ;

ଢାଳି କେତେ ପାଣି ପାରିବ କେଜାଣି

ଭିତରେ ଜଳିଲେ ନିଆଁ ॥୨॥


ତାଡି ସେହି ମାଟି ଛାତି ଯିବ ଫାଟି,

ମାଟି ଦେଖୁଥିବ ଖାଲି;

କରନା ଉଛୁର, ନିଶ୍ଚେ ହେବ ଘର,

ସେଠି ଆଜି ଅବା କାଲି ॥୩॥

ଟାଣପଣ ରଖି ଯାଉଅଛ ଥକି,

ଆହୁରି ଥକିବ ତୁମେ;

ଏବେ ଟିକେ ଭାଇ ବୁଲି ଆସ ଯାଇ

ଭିଜା ଭିଜା ମଉସୁମେ ॥୪॥




ଲଲାଟେନ୍ଦୁ କବି ୨୦୧୮୦୫୦୧୨୩୫୯


Rate this content
Log in