ବିୟର୍ ବାର୍
ବିୟର୍ ବାର୍
ବିୟର୍ ବାର୍
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ସବୁଠାରୁ ବଡ଼ ବେପାର
ପ୍ରମୁଖ ଘଟଣାର ସୂତ୍ରଧର
ଖଜଣାର କମାଇଛି ଭାର
ଘରେ ଘରେ ଶୁଭେ ତା ସ୍ୱର
ବିୟର୍ ବାର୍ ।
ସମାଜରେ କରାଉଛି ୱାର୍
ଭାଇକୁ ଭାଇ କରୁଛି ପ୍ରହାର
ବୋଲନ୍ତୁ ଆନନ୍ଦେ ଏକବାର
ଏ ଯୁଗର ଶ୍ରେଷ୍ଠ ପାନୀୟ ଆହାର
ବିୟର୍ ବାର୍ ।
ଭିକାରି ହେଉ ବା ଅଫିସର
ସଭିଙ୍କ ଆପଣା ଏହି ଘର
କରେନା ପାତର ଅନ୍ତର
ସାରା ପୃଥିବୀଟା ଆପଣାର
ବିୟର୍ ବାର୍ ।
ପୂଜା, ପିକ୍ନିକ୍ ହେଉ ବା ବାହାଘର
ହେଉ ଅବା ଶେଷଯାତ୍ରାର ସ୍ୱର୍ଗଦ୍ୱାର
ସବୁଥିରେ ଏହା ହୁଏ ଅତି ଦରକାର
ଏ ବିନା ନ ହଲନ୍ତି ଏ ଯୁଗର ନର
ବିୟର୍ ବାର୍ ।
ଆତ୍ମବିଶ୍ୱାସର ସବୁଠାରୁ ବଡ଼ ଘର
ଭାବୀ ପିଢ଼ି ବି ଭାବୁନାହାନ୍ତି ତାକୁ ପର
ନାରୀ-ନିର୍ଯ୍ୟାତନାର ମୂଳ ଦୁଆର
ୟା’ରି ନାଟରେ ଚାଲିଛି ସଂସାର
ବିୟର୍ ବାର୍ ।
କଳିଯୁଗର ଶ୍ରେଷ୍ଠ ହତିଆର
ସଙ୍କଟମୋଚନ ଏହାର ଦ୍ୱାର
ଦର୍ଶନ ମାତ୍ରେ କଷ୍ଟରୁ ପାର
କଳିର ମନ୍ଦିରକୁ ସାଷ୍ଟାଙ୍ଗ ନମସ୍କାର
ବିୟର୍ ବାର୍ ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****