ମୁଁ ଜାଣି ପାରୁନି
ମୁଁ ଜାଣି ପାରୁନି
ମୁଁ ଜାଣି ପାରୁନି
ଗୋଟେ ବର୍ଷ ବିତି ଯିବାର
ନା ଗୋଟେ ବର୍ଷ ଆସିବାର
ଏ ଖୁସି . . . .
ଆୟୁଷର ଗୋଟେ ବର୍ଷ ସରିଗଲା
ହାତରୁ ଖସି ଖସି
ଯାଉଛି ସମୟ
ଆଉ ସେଇ ମୁଁ ମୋର
ଭିତରେ ଛନ୍ଦି ହୋଇ
ଭୁଲିଛେ ଧରାବତରଣର ଉଦ୍ଦେଶ୍ୟ
ଏମିତି ପାର୍ଟି ପିକନିକ୍ ମଜା
ଚାଲିଥିବ ବର୍ଷ ପରେ ବର୍ଷ
ନାରୀ ନାରାୟଣୀ ବୋଲି ବାକ୍ୟରେ ଥିବ
ହେଲେ ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିବ
ଇତିଶ୍ରୀ ନିର୍ଭୟା କାହାଣୀ
କାହିଁ ବିବେକାନନ୍ଦ ହେବା କଣ କଷ୍ଟ
ଖାଲି ଦାଉଦ୍ ହେବା
ଗୁଳି ବୋମାରେ କଥା କହିବା
ରାବଣ ଥିଲା ବୋଲି ରାମ ଆସିଲେ
ଏବେ କାହାନ୍ତି ରାମ
ନା ନାହିଁ କୌଶଲ୍ୟାର ଗର୍ଭ
ଏମିତି ପ୍ରଶ୍ନ ମସ୍ତିଷ୍କକୁ ଚକଟି ଦେଉଥିଲା
ଆଗକୁ ବି ଦୋହଲାଉଥିବ
ତାହେଲେ କଣ ଆଉ ନୂତନତ୍ୱ
ନୂଆ ବର୍ଷର . . . . .
ତଥାପି ଭାବିବା ଆନନ୍ଦର କଥା
ରଖିବାନି ହିଂସା କି ବ୍ୟଥା
ପଦ୍ମାଳୟା