ନୀଡ
ନୀଡ
ଏକ ଉଜୁଡା ବଣରୁ ପକ୍ଷୀଟିଏ
ଦିନେ ଆସିଥିଲା ଯେ ଉଡି,
ବସାଟିଏ ପାଇଁ ଅନୁମତି ମାଗିଲା
ବୃକ୍ଷକୁ ହାତ ସେ ଯୋଡି ।
ନିଃସଂକୋଚେ ସମ୍ମତି ଢାଳି ଦେଲା
ବୃକ୍ଷଟି ଯେ ହସି ହସି,
ଶୁଖା କାଠିକୁଟା ଜୁଟାଇ ପକ୍ଷୀଟି
ଆରମ୍ଭିଲା ତାର ଗତି ।
ଦିନ କେଇଟାରେ ବସାଟି ତାହାର
ହୋଇଗଲା ଯେ ପ୍ରସ୍ତୁତ,
ଅଣ୍ଡା ଦୁଇଗେଟି ସେଥିରେ ଦେଲା ସେ
ଆଗେଇବାକୁ ବଂଶ ଭବିଷ୍ଯତ ।
ଖାଦ୍ଯ ଅନ୍ବେଷଣ ସାରି ଦିନେ ପକ୍ଷୀଟି
ବାହୁଡିଲା ଏକ ଅପରାହ୍ନେ,
ଦେଖିଲା ସେ ବସା ନାହିଁ ତାର
ଅବା ସେ ବୃକ୍ଷବନ୍ଧୁ ସେହି ସ୍ଥାନେ ।
ଦୂରେ ଭୁମିପରେ ଲୋଟି ବୃକ୍ଷଟି
ଗଣୁଥିଲା ଶେଷ ନିଃଶ୍ବାସ,
ପକ୍ଷୀଟିକୁ ଦେଖି କହିଲା-
"କ୍ଷମା ଦେବ ବନ୍ଧୁ ,ବଞ୍ଚାଇ ପାରିଲିନି ତୁମ ଶାବକ"।
ଏ କଂକ୍ରିଟ ମଣିଷବା କାହୁଁ ବୁଝିବ
ତୁମ ଆମ ଜୀବନର ମାନ,
ସଡକ ପ୍ରଶସ୍ତି ଆଳରେ ଦେଖୁନ-
"ଉଜାଡିଲା ତୁମ ସଂସାର,ନେଇଗଲା ମୋ ପ୍ରାଣ"
ସ୍ତବ୍ଧନିଶ୍ଚଳ ପକ୍ଷୀଟି ବସିଗଲା
ସେହିଠାରେ କିଛି କ୍ଷଣ,
ପରେ ଭଙ୍ଗା ଅଣ୍ଡାକୁ ଖୁମ୍ପି
ଖୋଜି ଚାଲିଥିଲା ଜୀବନର ସନ୍ଧାନ।
ନିବେଦିତା ମିଶ୍ର