ମା ମଙ୍ଗଳା
ମା ମଙ୍ଗଳା
ଜୟ ଜୟ ମଙ୍ଗଳାୟୀ ମା ମଙ୍ଗଳା
ରକ୍ଷାକର ମହାମାୟୀ ବୁଡ଼ିବାର ଭେଳା ||
ଚାଲି ନ ଜାଣଇ ମାଆ ବାଟ ଯେ ଅନ୍ଧାର
ତ୍ରାହିକର କୃପାମୟୀ ତବ କରୁଣା ଅପାର ||
ତବ କୃପା ବଳେ ମାତା ଦୁବ ହୁଏ ଦାରୁ
ବିପଦେ ଆପଦେ ତୁହି ଭକ୍ତ ଜନ ତାରୁ ||
ଗାଳି ତୁହି ସହୁଥାଉ ଗରବଠୁଁ ଦୂର
ପାପୀକୁ ତୁ କ୍ଷମା ଦେଉ ସ୍ନେହ ତୋ ଅପାର ||
ନାମ ତୋର ଦିବାନିଶି ଯେହୁ ଜପୁଥାଇ
ଚଲାପଥେ ତା ପାଦରେ କଣ୍ଟା ନ ଲାଗଇ ||
କୃପା ଦୃଷ୍ଟି ତୋର ଥିଲେ କାଳ ନଆସଇ
ତୋ ପଣତ ତଳେ କେବେ ଦୁଃଖ ନରହଇ ||
କି ଗୁଣ ବର୍ଣ୍ଣିବି ମାଆ ଅଟୁ ସର୍ବଗୁଣା ତୁହି
ଛାର ମାନବ ମୁଁ ଏତେ ଶକ୍ତି ମୋର ନାହିଁ ||
ନ ଜାଣନ୍ତି ତୋର ଭେଦ ଦେବ ଦେବେଶ୍ବର
ତୋ ଚରଣେ ଆଶ୍ରିତା ମୁଁ ମୁରୁଖ ପାମର ||
ଦୟା ତୋର ମିଳୁ ମାଆ ଜନ୍ମ ଜନ୍ମାନ୍ତର
ଲୋଡ଼ା ନାହିଁ ଆଉ କିଛି ଏତିକି ମୀନତି ମୋହର ||