Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Jal

Others

2  

Sarat Jal

Others

ଦୁଃଖି ଦରଖାସ୍ତ

ଦୁଃଖି ଦରଖାସ୍ତ

1 min
6.6K


ମାନନୀୟ ଜଗନ୍ନାଥ ହେ ଘେନ ଦରଖାସ୍ତ ମୋର

ଲେଖିବାର ଏହି କାରଣ ଆହେ କଳା ଠାକୁର ॥

ଜନ୍ମ ଲଭିଥିଲି ମଣିଷ ରୂପେ ଧରା ଧାମରେ

ସୁଖ ବୋଲି ଦୁଃଖ ଭଣ୍ଡାର ଦେଲ ମୋ କରମରେ ॥

ଆଉ ବଞ୍ଚିବାକୁ ଜୀବନେ ଆଶା ନାହିଁ ମୋହର

ସବୁ ଦିନ ପାଇଁ ଛୁଟି ହେ ଦିଅ ଛନ୍ଦା ପୟର ॥

ସଂସାରୁ ମୁଁ ନେବି ବିଦାୟ କଲେ ଛୁଟି ମଂଜୁର

ଦୁଃଖ,ଜଂଜାଳରୁ ମୁକତି ଲଭିବି ହେ ହଜୁର ॥

ତୁମ ଶ୍ରୀ ପୟରେ ଆସ୍ଥାନ ଯେବେ ମିଳିବ ମତେ

ଚିର ଉପକୃତ ହୋଇବି ମାୟା ମରଣ ପଥେ ॥

ଇତି ଆଜ୍ଞାଧିନ ସେବକ ବସିକରେ ଗୁହାରି

ତୁମେ ମୋ ଜୀବନ ଶିକ୍ଷକ ମୁଁ ଯେ ଛାତ୍ର ତୁମରି ॥

ଦରଖାସ୍ତ ଲେଖା ସରିଲା ଟିକେ କର ବିଚାର

ଚାତକ ଜୀବନେ ବିନ୍ଦୁଏ କୃପା ବରଷା କର ॥

ଶରତ ଚନ୍ଦ୍ର ଜାଲି

ତା:୨୨/୭/୦୧୮


Rate this content
Log in