Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Inspirational

3  

Amulya Kumar Panda

Inspirational

ଅନା ବନା ଧାଡ଼ି , ଆଗକୁ ଯାଆ ମାଡ଼ି

ଅନା ବନା ଧାଡ଼ି , ଆଗକୁ ଯାଆ ମାଡ଼ି

1 min
7.0K


 କୁତୁରୁ କୁତୁରୁ କୁତୁରୁ କୁତୁ

ସକାଳ ହେଲାଣି ଫୁଟିଛି ଛତୁ

କାଉ ରାବିଲାଣି କାଆ ,

ଅଳସ ଛାଡ଼ିଣ ଉଠିକି ପିଲାଏ

ପାଠ ପଢିବାକୁ ଯାଆ ।

ତାଆ ଧିନି ଧିନି ଧିନିକି ଧିନି

ମିଲି ନାଚ କରେ ବଜାଇ ଗିନି

ମିଲୁ ମାରୁଥାଏ ତାଳି ,

ଭୁଲ୍ କାମ କଲେ ମନେ ରଖିଥାଅ

ମୁହେଁ ଲାଗିଯିବ କାଳି ।

ଅକଲ ମକଲ ଟକଲ ଟିଆଁ

ବାଟରେ ମୋଟରୁ ମାରନି ଡିଆଁ

ହୁସିଆର ହୋଇଯିବ ,

ଧିରେ ଧିରେ ପୁଣି ରାସ୍ତାକୁ ଅନାଇ

ବାମ ପଟେ ଚାଲୁଥିବ ।


ଝୁମୁକୁ ଝୁମୁକୁ ଝୁମୁକୁ ଝୁମା

ରାଜୁର ପିଠିରେ ଦୁଲୁକୁ ଦୁମା

ପଢୁ ନାହିଁ ବୋଲି ପାଠ ,

ମନ ଦେଇ ପିଲେ ପାଠ ନ ପଢିଲେ

ହେବ ନାହିଁ ଭଲ ଚାଟ ।

ଡମ୍ ଡମ୍ ଡମ୍ ଡାବୁରେ ଡାବୁ

ଖେଳିବାକୁ ଗଲେ କାଳିଆ , କାବୁ

ବିଦ୍ୟାଳୟ ହେଲା ଛୁଟି ,

ରବିବାର ଦିନ ମନରେ ପକାଇ

କାଟି ଦେବ ନଖ ଚୁଟି ।


ଅମୂଲ୍ୟ କୁମାର ପଣ୍ଡା


Rate this content
Log in

Similar oriya poem from Inspirational